ସମ୍ବଲପୁର/ଭୁବନେଶ୍ୱର– ସମ୍ବଲପୁର ଅଇଁଠାପାଲିରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଓ କୃଷି ଯନ୍ତ୍ରପାତି ମେଳାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଲି ଦେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ମେଳାକୁ ଆସିଥିବା ଟ୍ରାକ୍ଟରରେ ବସି ବୈଶିଷ୍ଟ୍ୟ ବୁଝିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ ସର୍ବତ ପିଇଥିଲେ ଏବଂ ମିଲେଟ ସ୍ନାକ୍ସ ଚାଖିଥିଲେ । ଏହାସହ ହସ୍ତତନ୍ତ ମେଳା ବୁଲି ରାଜ୍ୟର ବିଭିନ୍ନ ଅଂଚଳରୁ ହସ୍ତତନ୍ତ ବସ୍ତ୍ର ଦେଖିଥିଲେ । ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ପ୍ରଚାର ପ୍ରସାର ବାବଦରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ ।
