କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଚଳିତ ମାସ ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଛି ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା।୫ ଦିନିଆ ଏହି ମେଳା ରେ ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମେଳା, ହସ୍ତଶିଳ୍ପ ମେଳା, ବୁକ କାଫେ ଇତ୍ୟାଦି ର ୧୯୪ ଷ୍ଟଲ ର ବ୍ୟବସ୍ଥା ହୋଇଛି।ରାଜ୍ୟ ର ଅନ୍ୟ ସମସ୍ତ ଜିଲ୍ଲା ଓ ପୁରୀ ଜିଲ୍ଲାର ସର୍ବାଧିକ ଷ୍ଟଲ ଏଥିରେ ସାମିଲ ହେବେ।ସ୍ବୟଂ ସହାୟକ ଗୋଷ୍ଠୀ ର ଉତ୍ପାଦ ସହ,ବିଭିନ୍ନ ଉଦ୍ୟୋଗୀ ମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରୟ କରିବେ।ସେହିପରି ସଂସ୍କୃତି ବିଭାଗ ପକ୍ଷରୁ ବୁକ କାଫେ, ବରପୁତ୍ର ମାନଙ୍କ ତଥ୍ୟ ଭିତ୍ତିକ ଫଟୋ ଚିତ୍ର ପ୍ରଦର୍ଶନୀ ସହ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ପୂର୍ବରୁ ଏହି ମେଳାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ପରିଚାଳନା ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ବ କୁ ସୁଚାରୁ ରୁପେ ନିର୍ବାହ ସହ ଅନ୍ୟ ବିଭାଗ ସହ ପାରସ୍ପରିକ ସମନ୍ୱୟ ରଖି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ପରିଷ୍କାର ପରିଛନ୍ନତା, ଶୌଚାଳୟ, ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଏକ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମ ମେଳା ରେ କାର୍ଯ୍ୟ କରିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ସ୍ବଦେଶୀ ମେଳା ର ନୋଡାଲ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି।
