ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଉତରପ୍ରତାପ ପଂଚାୟତ ର ନହଙ୍ଗାପାଟଣାସ୍ଥିତ ୟୁ ଜି ପିଏଲଏନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିଦାୟକାଳିନ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ବିଦ୍ୟାଳୟର ଶିକ୍ଷକ ପବିତ୍ର କର ଏବଂ ଶିକ୍ଷୟତ୍ରୀ କାଦମ୍ବିନୀ ମିଶ୍ରଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ର ଆୟୋଜନ କରା ଯାଇଥିଲା । ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭଞ୍ଜନା ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଜୟ କୁମାର ଶତପଥୀ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଭାଜପା ସଭାପତି ଦେବଯାନୀ ପ୍ରଧାନ ,ସମାଜସେବୀ ମିନତି ସାହୁ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା , ଧର୍ମଶାଳା ମଣ୍ଡଳ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା , ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ମମିତା ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଅନେକ ଶିକ୍ଷଣୀୟ କଥା କହିଥିଲେ । ବିଦ୍ୟାଳୟ ର ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଦାୟୀ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଫୁଳଗୁଛ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ର ସିଏମସି କମିଟିର ସଭାପତି ହରିହର ମହାନ୍ତି ଏବଂ ପଂଚସଖା ଶିକ୍ଷା ସେତୁର ସଭାପତି କୈଳାଶ ଚନ୍ଦ୍ର ମହାନ୍ତି ଓ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ସମ୍ପାଦନ ହୋଇଥିଲା । ପରେ ଏକ ଶୋଭାଯାତ୍ରାରେ ଶହ ଶହ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସେମାନଙ୍କ ଘର ପର୍ଯ୍ୟନ୍ତ ନେଇଥିଲେ ।
