ବଲାଙ୍ଗିର, ବଲାଙ୍ଗିର ପାଟଣା ରାଜ୍ୟ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କର ପୀଠକୁ ୧୫୦ ବର୍ଷ ପୁର୍ତ୍ତି ଅବସରରେ ଗତ ୧ ଫେବୃୟାରୀ ରୁ କଳସ ଶୋଭାଯାତ୍ରା ଓ ଶୁଭ କଳସ ସ୍ଥାପନ ହୋଇଥିଲା । ସହର ପରିକ୍ରମା କରି କରଙ୍ଗାକଟା ଜଳ ଆଣି ଦେବୀଙ୍କ ମନ୍ଦିରକୁ ପହଂଚିଥିଲା ଶୋଭାଯାତ୍ରା । ପ୍ରଥମ ଦିନରେ କର୍ତ୍ତା ରୂପେ ବୁଲୁ ବେହେରା ଓ ତାଙ୍କ ଧର୍ମିଣୀ ପୌରାଧ୍ୟକ୍ଷା ଲିକା ସାହୁ, ସାମ୍ବାଦିକ ଅଞ୍ଜନ ପଧାନ ଓ ଧର୍ମପତ୍ନୀ ଲୋପମୁଦ୍ରା ସାହୁ ଯଜ୍ଞର କର୍ତ୍ତା ରୂପେ ପୂଜା ରୀତିନୀତି ମଧ୍ୟରେ ଆହୁତି ଅର୍ପଣ କରିଥିଲେ । ରୀତିନୀତି ମଧ୍ୟରେ ସକାଳ ଘ.୯ ଟାରୁ ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ପୂଜନକର୍ମ ଅଗ୍ନି ସ୍ଥାପନ ଓ ଚଣ୍ଡି ହୋମ ଯଜ୍ଞ ଆହୁତ ହୋଇଥିଲା । ଚଣ୍ଡିପାଠ ରେ ରାଜ ପୁରୋହିତ ଚଣ୍ଡିପାଠ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କଳାଧାମ ଏକାଡେମୀ ନୃତ୍ୟ ଓ ମାଁ ଙ୍କ ଭଜନରେ ଭକ୍ତ ମନ ମୋହିଥିଲେ । ଏହି ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ମାଁ ପାଟଣେଶ୍ୱରୀଙ୍କୁ ଦର୍ଶନ କରି ମନ୍ଦିର ଉନ୍ନତି ଏବଂ ଦେବୋତ୍ତର ବିଭାଗର କିଭଳି ମନ୍ଦିରକୁ ଧ୍ୟାନ ଦେଇ ସୁରକ୍ଷିତ ରହିବ ବୋଲିି କହିଥିଲେ । ମାଁ ପାଟଣେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି ବଲାଙ୍ଗିରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ, କୋଷାଧ୍ୟକ୍ଷ ଭବାନି କରିଥିଲେ ଭୋଇ, ଶମ୍ଭୁ ଶତପଥି ଏବଂ ମନ୍ଦିର ପୂଜକ ମଧୁସୁଦନ ଦିଶ୍ରୀ ସହଯୋଗ କରିଥିଲେ ଏବଂ ଅଘରିଆ ସମାଜ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଦସ୍ୟମାନେ ସହଯୋଗ କରିଥିଲେ.
