ଭୁବନେଶ୍ୱର– କେନ୍ଦ୍ରୀୟ ବଜେଟ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଦରଦାମ ବୃଦ୍ଧି ହେତୁ ରୋଜଗାର ପ୍ରତ୍ୟେକ ପରିବାରରଙ୍କ ଉପରେ ପ୍ରଭାବ ପଡ଼ୁଥିବାବେଳେ ଷ୍ଟାଣ୍ଡାର୍ଡ ଡିଡକସସନ୍ ବଢ଼ି ନାହିଁ ଏବଂ ବ୍ୟକ୍ତିଗତ ଇନକମ୍ଟ୍ୟାକ୍ସର ସ୍ଲାବରେ ପରିବର୍ତନ ନ ହେବାରୁ ଦରମା ପାଉଥିବା କର୍ମଚାରୀଙ୍କ କ୍ରୟ କ୍ଷମତା ଉପରେ ଏହାର ପ୍ରଭାବ ପଡ଼ିବ।
ସରକାରଙ୍କ ତଥାକଥିତ ସ୍ୱାସ୍ଥ୍ୟ ଚିକିତ୍ସା ସାମାଜିକ ସୁରକ୍ଷା ଓ ଦକ୍ଷତାବୃଦ୍ଧି ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇନଥିବାରୁ ଏହା ସଂପୂର୍ଣ୍ଣ ନିରାଶଜନକ ପାରସ୍ପପରିକ କିଛି ନୁତନତ୍ୱ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ପ୍ରାକ୍ତନ ସାଂସଦ କହିଛନ୍ତି।
