ଭୁବନେଶ୍ୱର- ରାଜ୍ୟରେ ଥିବା ୨୭ ହଜାର ୯୧୬ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି । ବିଧାନସଭାରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନର ଉତର ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ବର୍ତମାନ ରାଜ୍ୟରେ ୧୦ ହଜାର ୪୪୫ ଅଙ୍ଗନବାଡି କେନ୍ଦ୍ର ନିର୍ମାଣଧୀନ ରହିଛି । ରାଜ୍ୟରେ ମୋଟ ୭୨ ହଜାର ୫୮୭ ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୪୪ ହଜାର ୬୭୧ ଅଙ୍ଗନବାଡୀ କେନ୍ଦ୍ରର ନିଜସ୍ୱ ଘର ରହିଛି । ଅନ୍ୟପକ୍ଷରେ ଭଗ୍ନ ଗୃହରେ କୌଣସି ଅଙ୍ଗନବାଡି କେନ୍ଦ୍ର ଚାଲୁନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
Related Stories
November 23, 2024