କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ମହାମହିମ ରାଷ୍ଟ୍ରପତିଙ୍କ ଗ୍ରସ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |ଆସନ୍ତା ଫେବୃଆରୀ ୩ ତାରିଖରେ ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ମଙ୍ଗଳବାର ତା ୨୭ ଜାନୁଆରୀ ଘ.୪.୩୦ ମିନିଟ ସମୟରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମେଳନ କକ୍ଷ ଠାରେ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଯୁଗ୍ମ ବୈଠକ ପରେ ଶ୍ରୀମନ୍ଦିର ରେ ନୀତି ଏବଂ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ କୁ ନେଇ ଆଲୋଚନା ହୋଇଥିଲା |ପ୍ରାରମ୍ଭିକ ସୂଚନା ଅନୁସାରେ ମହାମହିମ ରାଷ୍ଟ୍ରପତି ୪ ରିଖ ବୁଧବାର ଦିନ ଶ୍ୱେତ ଗଙ୍ଗା ରେ ପିଣ୍ଡ ପ୍ରଦାନ ପରେ ୭.୪୦ ମିନିଟ ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁ ଙ୍କ ଦର୍ଶନ ସାରି ୮. ୨୦ ମିନିଟ ସମୟରେ ଫେରିବେ|ସୁରକ୍ଷା ଦୃଷ୍ଟିରୁ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟାରେ କହିଛନ୍ତି|ବୈଠକ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ଛତିଶା ନିଯୋଗ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ|
