କନ୍ଧମାଳ- ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଜିଲ୍ଲାର ସମସ୍ତ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଯୋଗାଇ ଦେବାକୁ ପ୍ରୟାସ କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି. କିଷାନ କ୍ରେଡିଟ୍ କାର୍ଡରେ ଜଣେ ଚାଷୀ ବିନା ବନ୍ଧକରେ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ପାଇଁ ବ୍ୟାଙ୍କରୁ ରୁଣ ନେଇ ପାରିବ. ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୁଣ ଉପରେ କୌଣସି ସୁଧ ଲାଗୁନଥିବା ବେଳେ ଏହା ଠାରୁ ଅଧିକ ରୁଣ ଉପରେ ମାତ୍ର ୧ରୁ ୨ ପ୍ରତିଶତ ସୁଧ ଲାଗିବ. ତେଣୁ ଯେଉଁ ଚାଷୀମାନେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କିମ୍ବା ବେସରକାରୀ ଲୋକଙ୍କ ଠାରୁ ଅଧିକ ସୁଧରେ ରୁଣ ନେଇ କ୍ଷତି ସହୁଛନ୍ତି ସେମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡରେ ରୁଣ ନେବା ଲାଭ ଦାୟକ ହେବ. ଏହି ରୁଣ ନେଇ ଚାଷୀ ପନିପରିବା, ଧାନ ଚାଷ ସହ ଛେଳି, ଛତୁ, ମାଛ ଚାଷ ଆଦି ମଧ୍ୟ କରିପାରିବେ. ବର୍ତମାନ ସୁଦ୍ଧା ଜିଲ୍ଲାରେ ଥିବା ପ୍ରାୟ ଏକ ଲକ୍ଷ ୫୦ ହଜାର ଚାଷୀଙ୍କ ମଧ୍ୟରୁ ଏକ ଲ କ୍ଷ ଏକ ହାଜର ଚାଷୀ କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ହୋଇଛନ୍ତି ହୋଇଛନ୍ତି. ତେବେ ବଳକା ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ ହୋଇ ଏହାର ସୁବିଧା ନେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଆହ୍ୱାନ କରିଛନ୍ତି. ଏହି ସାମ୍ବାଦିକ ସମ୍ମିଳନୀରେ ନାବାର୍ଡର ଏଜିଏମ ଶ୍ରୀବତ୍ସ ଲାଂଚନ ଦାସ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କଳ୍ପତରୁ ସ୍ୱାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାୟକ, ଉଦ୍ୟାନ କୃଷି ଉପ ନିଦେ୍ର୍ଧଶକ ମନୋଜ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗୌର କୁମାର ଦାସ, ସମବାୟ ଉପ ନିବନ୍ଧକ ପ୍ରଭାତ କୁମାର ଜେନାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ. ଥିଲେ.
Related Stories
January 18, 2025
January 18, 2025