ସମ୍ବଲପୁର, ଧନୁଯାତ୍ରା ର ଚତୁର୍ଥ ଦିବସରେ ଗୋପପୁରରେ କୃଷ୍ଣଲୀଳାକୁ ଉପଭୋଗ କଲେ ଗୋପପୁରବାସୀ । ସମ୍ବଲପୁରୀ ଧନୁଯାତ୍ରାର ଚତୁର୍ଥ ଦିବସରେ ଗୋପପୁର (ଚାଉଁରପୁର)ରେ କୃଷ୍ଣ ଲୀଳାର ଖୁବ ଉପଭୋଗ କଲେ ଚାଉଁରପୁରବାସୀ l ନନ୍ଦରାଜା ଓ ମାତା ଙ୍କର ଯଶୋଦାଙ୍କର ଗେଲ୍ହା କୃଷ୍ଣ ପ୍ରେମରେ ବିଭୋର ରାଧା ରାଣୀ ଙ୍କର ନାବକେଳି, ଗୋପପୁରରେ ଦହି ବିକ୍ରି ବିଷୟ, କଂସ ଙ୍କ ଦ୍ୱାରା ପ୍ରେରିତ ଷଣ୍ଢାସୁର ବଦ୍ଧ, ଶ୍ରୀକୃଷ୍ଣ ଙ୍କର କାଳିୟ ଦଳନ ବିଷୟ ପାରିବେଶିତ l ଆଜିର ଗୋପପୁର ର କାର୍ଯ୍ୟକ୍ରମ ରେ ହଜାର ହଜାର ଦର୍ଶକ ଦୃଶ୍ୟ ଗୁଡିକୁ ଖୁବ ଉପଭୋଗ କରିଥିଲେ l ଚତୁର୍ଥ ଦିବସରେ ସମ୍ବଲପୁରୀ ଧନୁଯାତ୍ରା କମିଟି ର କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା, ଯୁଗ୍ମ ସମ୍ପାଦକ ଦୁଷ୍ମନ୍ତ ପଣ୍ଡା, ଗୋପପୁର କମିଟି ର ସଭାପତି ଆଦିତ୍ୟ ପ୍ରସାଦ ନାୟକ, ସମ୍ପାଦକ ଗଣେଶ ମହୋତ୍ତମ, ସରୋଜ ମହାପାତ୍ର, ସାଧୁ ମହତ୍ତମ, ଯୋଗେନ୍ଦ୍ର ମାଝୀ, କୃଷ୍ଣ ମହତ୍ତମ ପ୍ରମୁଖ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
କାର୍ଯ୍ୟକ୍ରମ ଗୁଡିକୁ ସୂର୍ଯ୍ୟ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ସମ୍ବଲପୁରୀ ଧନୁଯାତ୍ରା ର ଲେଖକ ନିର୍ଦେଶକ ବବଲୁ ବାଗ ମୁଖ୍ୟ ପରିଚାଳକ ଦାୟିତ୍ୱ ନିର୍ବାହ କରିଥିଲେ l ଗୋପପୁରର କାର୍ଯ୍ୟକ୍ରମରେ ବିଭିନ୍ନ ଭୂମିକାରେ ଅଭିନୟରେ ଥିଲେ ଯୋଗେଶ ନନ୍ଦ, ଅନ୍ନପୂର୍ଣ୍ଣା ମିଶ୍ର, ସୁନିତା ପତି, ଅକ୍ଷୟ ନାୟକ, ଓଁ ସାଇରାମ ପଣ୍ଡା, ନିର୍ମଳ ବାଗ, ନେନସି ଭୋଇ,ଚନ୍ଦ୍ରମଣି କୁମ୍ଭାର,ପ୍ରଥମ ପଣ୍ଡା ଓ ଅନେକ କଳାକାର ମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ l ଆଜି କୃଷ୍ଣ ବଳରାମ ଙ୍କୁ ରଥାରୁଢ଼ କରି ଗୋପପୁର ର ସିକିର୍ଡି, କଁଟାପାଲି, ଗୋଶାଳା, ପୁରୁଣା ଝାଙ୍କରପାଲି, ମୁଡୋଘାଟ, ପୋତାପାଲି, ପରଦେଶୀ ପଡା ପ୍ରଭୁତି ଗ୍ରାମକୁ ଶ୍ରୀକୃଷ୍ଣ ଓ ବଳରାମ ଙ୍କୁ ନେଇ ପରିକ୍ରମା କରିଥିଲେ l ପରେ ପରେ ତିହିକି ପାଲି ଓ ଚାଉଁରପୁର ର ସଂକୀର୍ତନ ପରିବେଷଣ କରାଯାଇଥିଲା l
