ଭୁବନେଶ୍ୱର– ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିବଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ସାହ, ଉଦ୍ଦୀପନା ଓ ପରମ୍ପରାର ପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ଓଡ଼ିଶାର ଏହି ମହାନ ପରମ୍ପରା ଆମ ସାମାଜିକ ଏକତା ଓ ସଂହତିକୁ ଆହୁରି ସୁଦୃଢ଼ କରୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରଗତିର ଧାରା ଅବ୍ୟାହତ ରହୁ ଏବଂ ପ୍ରତ୍ୟେକ ପରିବାରରେ ହସଖୁସି ଭରିଯାଉ।
