ଭୁବନେଶ୍ୱର– ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପ୍ରତି ଯୁବ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଭାରତୀୟ ଯୁବଶକ୍ତିଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହି ପବିତ୍ର ଦିନରେ ପାଳିତ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପ୍ରତି ଯୁବ ପ୍ରତିଭାଙ୍କୁ ଅଭିନନ୍ଦନ । ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଯୁବବର୍ଗ ରାଷ୍ଟ୍ରସେବାରେ ସମର୍ପିତ ରୁହନ୍ତୁ ।
