ଭୁବନେଶ୍ୱର– ପୁଣି ରାଜଧାନୀରୁ ପୂଳା ପୂଳା ଦେଶି ମଦ ଜବତ ହୋଇଛି। ଶୁକ୍ରବାର ୧୫ ଶହ ଲିଟର ଦେଶି ମଦ ସହ ପାଂଚଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏକ କାରରେ ମୟୂଭଞ୍ଜରୁ ରାଜଧାନୀକୁ ଆସୁଥିଲା ଦେଶି ମଦ । କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ସେମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଧିରୁକୁଟି ବସ୍ତିରୁ ଅତର୍କିତ ଭାବେ ଗୋଟିଏ କାର ଏବଂ ଗୋଟିଏ ସ୍କୁଟିକୁ ଜବତ କରିଥିଲା ଅବକାରୀ ବିଭାଗ। ଅନ୍ୟ ସ୍କୁଟିଟି ଦେଶି ମଦ ନେଇ ଡୁମୁଡୁମା ଅଂଚଳରୁ ଆସୁଥିଲା ଆଉ ସେଠାରୁ ସ୍କୁଟି ସହିତ ଜଣଙ୍କୁ ଗିରଫ କରାଇଥିଲା।
