ଭୁବନେଶ୍ୱର, ଡିସେମ୍ବର ୨୦ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୯ତମ ଦିନରେ ଅବକାରୀ ବିଭାଗ ୨୭୯ଟି ମାମଲା ରୁଜୁ କରିଛି, ଯେଉଁଥିରେ NDPS ଆଇନରେ ୧୦ଟି ମାମଲା ଅନ୍ତଭୁକ୍ତ ରହିଛି । ଏହି ଅଭିଯାନରେ ୧.୪୪ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଛି ।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବେଆଇନ ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ୧୭୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯ଟି ଗାଡି ଜବତ କରାଯାଇଛି।
ଜବତ ସାମଗ୍ରୀମାନଙ୍କ ମଧ୍ୟରେ ୧୩,୪୭୭ ଲିଟର ବେଆଇନ ଭାବେ ପ୍ରସ୍ତୁତ ମଦ ଏବଂ ୪୦୦ ଲିଟର duty-paid liquor ରହିଛି । ଏଥି ସହିତ ୬୬,୦୫୦ ଲିଟର ମହୁଲି ପୋଚ, ୫୮,୩୦୦ କି.ଗ୍ରା ଗୁଡ଼ ପୋଚ ଏବଂ ୧୮୨ କି.ଗ୍ରାମ ଭାଙ୍ଗ ଜବତ ହୋଇଛି । ବେଆଇନ ନିଶା ଦ୍ରବ୍ୟ ମଧ୍ୟରେ ୬୮ କି.ଗ୍ରା ଗଞ୍ଜେଇ, ୨୬୧ ଗ୍ରାମ ବ୍ରାଉନ୍ ସୁଗର୍ ଏବଂ ୧୫୦ ଲିଟର କଫ୍ ସିରପ୍ ଜବତ କରାଯାଇଛି।
ଏଥି ସହିତ ଦେଓଗଡ଼ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ସମ୍ପର୍କିତ ଗୋଟିଏ ମାମଲା ଅବକାରୀ ୟୁନିଟ୍ ଦ୍ୱାରା ରୁଜୁ କରାଯାଇଛି।
