
ବ୍ରହ୍ମପୁର:ମାଆ ଓ ପୁଅକୁ ଆକ୍ରମଣ ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏବଂ ପାତରଅନ୍ତର କରିଥିବା ନେଇ ଶେଷରେ ବାଧ୍ୟ ହୋଇ ମାଆ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୮.୧.୨୦୨୦ ତାରିଖରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀ ନିବାସୀ ବିଜେଡି ମହିଳା ନେତ୍ରୀ ମୀନାକ୍ଷି ମିଶ୍ର ଏବଂ ତାଙ୍କ ପୁଅ କୃତିବାସ ମିଶ୍ର ଓରଫ୍ ରାଜା ଏକ ଭୋଜି କାର୍ଯ୍ୟକୁ ଯାଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ୧୦ରୁ ୧୫ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଓ ବ୍ୟାଟ୍ ରେ ଆକ୍ରମଣ କରିଥିଲେ । ଏଥିରେ ମାଆ ଓ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାର ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଥିଲେ । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଥିବା କୃତିବାସ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ପକ୍ଷରେ ଆକ୍ରମଣ କରିଥିବା ଗୋଷ୍ଠୀର ୪ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହି ଘଟଣାକୁ ନେଇ ପୁଅ ନାମରେ ଯେଉଁ ଭଳି ପୁଲିସ ମିଥ୍ୟା ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲା । ମିଥ୍ୟା ଘଟଣାକୁ ନେଇ ପୁଅକୁ କୋର୍ଟଚାଲାଣ କରିଥିବା ନେଇ ନିନ୍ଦା କରିଥିଲେ । ଚଳିତ ମାସ ୧୭ ତାରିଖ ଏହି ଘଟଣାକୁ ନେଇ ମହିଳାନେତ୍ରୀ ମୀନାକ୍ଷି ମିଶ୍ର ତାଙ୍କ ପୁଅଙ୍କ ନାମରେ ପୁଲିସ ମିଥ୍ୟା ଅଭିଯୋଗ ଓ ଷଡ଼ଯନ୍ତ୍ର କରି କୋର୍ଟ ଚାଲାଣ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ତାଙ୍କୁ ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବେ ବୋଲି ସୂଚନା ଦେଇଥିଲେ । ବୁଧବାର ମହିଳା ନେତ୍ରୀ ମୀନାକ୍ଷି ମିଶ୍ର ଏସପିଙ୍କୁ ଭେଟିବା ପାଇଁ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଏସପି ଅନୁପସ୍ଥିତ ଯୋଗୁଁ କାର୍ଯ୍ୟାଳୟ ସମ୍ମୁଖରେ ସେ ନିଜେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ଭର୍ତି କରିଥିବା ସୂଚନା ମିଳିଛି । ବର୍ତମାନ ତାଙ୍କ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି ।ଏହି ଘଟଣା ପରେ ପୋଲିସ ନିଜ ଆଡୁ ୩୧/୨୦ ଆଇପିସିି ୩୦୯ ରେ ମାମଲା ରୁଜୁ କରିଛି।ସେପଟେ ଘଟଣା ସ୍ଥଳରେ ଏସପି ଶ୍ରୀ ମିଶ୍ର ଙ୍କ ସମେତ ଏସପି ପ୍ରଭାତ ଚନ୍ଦ୍ର ରାଉତରାୟ ଓ ପ୍ରଶାନ୍ତ ମିଶ୍ର ଙ୍କ ସମେତ ସାଇନ୍ତିଫିକି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO