
ବାରିପଦା- ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରଧାନ ଶିକ୍ଷକଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ଅଭିଯୁକ୍ତ ପଡୋଶୀ । ଏହା ପରେ ଶବକୁ ବିଲରେ ପକାଇ ପଳାଇ ଆସିଥିଲା । ସୋମବାର ସନ୍ଧ୍ୟା ସମୟରେ ପ୍ରଧାନ ଶିକ୍ଷକ ବିଲକୁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ଚଢ଼େଇପାହାଡ଼ି ପଂଚାୟତର ଜାମପାଣି ଗ୍ରାମର ଝାମପ୍ଲାଆମ ସାହିରେ । ମାମଲାରେ ଅଭିଯୁକ୍ତ ବାପପୁଅଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।
ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଗ୍ରାମର ଶୁକଦେଵ ମାର୍ଣ୍ଡି (୪୫) ଓ ତାଙ୍କର ପଡୋଶୀ ମଦନ ମୁର୍ମୁ (୫୦) ଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ବିବାଦ ରହିଥିଲା । ଗତକାଲି ଶୁକଦେଵ ବିଲକୁ ଯାଇଥିବା ବେଳେ ତାଙ୍କ ସହିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ମଦନ ଏବଂ ତାଙ୍କ ପୁଅ ଲାଲମୋହନ ଗଣ୍ଡଗୋଳ କରିଥିଲେ । ଅଭିଯୁକ୍ତ ବାପ ଓ ପୁଅ ମିଶି ଶୁକଦେଵଙ୍କ ଉପରେ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ଏକ କୁରାଢ଼ୀ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଚାେଟ ମାରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଆଜି ଗୋରୁମହିଷାଣି ଥାନା ପୁଲିସ ସାଇଣ୍ଟିଫିକ ଟିମ୍ ସହ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ଥାନାରେ ଏ ସଂକ୍ରାନ୍ତରେ 0୬/୨୦୨୦ରେ ଏକ ମାମଲା ରୁଜୁ ହୋଇଛି । ମାମଲାରେ ପୋଲିସ ମଦନ ଓ ତାଙ୍କ ପୁଅ ଲାଲମୋହନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO