
କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ବିଭିନ୍ନ କୋର୍ଟରେ ବହ ସଂଖ୍ୟାର ବିଚାରଧିନ ମାମଲା ଦୀର୍ଘ ବର୍ଷ ଧରି ବିଚାର ନ ହୋଇ ପଡିରହିଛି । ବିଚାରପତିଙ୍କ ୍ଅଭାବ ଏଥିପାାଇଁ ମୁଖ୍ୟତଃ ଭାବେ ଦାୟୀ ବୋଲି ବିଚାର କରାଯାଉଛି । କେନ୍ଦୁଝର ଜିଲ୍ଲା ପାଇିଁ ଅଧିକ ବିଚାରପତି ଆବଶ୍ୟକତା ଥିବାବେଳେ ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉନଥିବା କାରଣରୁ ଦ୍ରୃତ ବିଚାର ପ୍ରକ୍ରୀୟା ବାଧାପ୍ରାପ୍ତ ହେଉଛି । ବର୍ତମାନ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ହିସାବକୁ ନେଲେ ବିଚାରଧିନ ମାମଲା ଗୁଡିକର ଫଇସଲା ପାଇଁ ଅନେକ ବର୍ଷ ଲାଗଯିବ ବୋଲି ଆଇନଜୀବୀ ରତିରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ସମଗ୍ର ଦେଶରେ ବିଭିନ୍ନ କୋର୍ଟରେ ଲକ୍ଷ ଲକ୍ଷ ସଂଖ୍ୟାରେ ମାମଲା ପଡି ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୨୦୧୯ ମସିହା ଜୁନ ମାସ ୩୦ ତାରିଖ ସୁଦ୍ଧା ପ୍ରାୟ ୪୨ ହଜାରରୁ ଉଦ୍ଧ୍ୱର୍ ମାମଲା ବିଭିନ୍ନ କୋର୍ଟରେ ବିଚାରାଧିନ ଅବସ୍ଥାରେ ରହିଥିବା ଜଣାପଡିଛି । ଏହି ପୁରୁଣା ମାମଲା ଗୁଡିକୁ ତୁରନ୍ତ ସମାଧାନ ପାଇଁ ବିଶେଷ ବ୍ୟବସ୍ଥା ଯେପରିକି ଲୋକ ଅଦାଲତ, ଫାଷ୍ଟ ଟ୍ରାକ କୋର୍ଟ, ଆଦିରେ ଅଧିକ ବିଚାରପତି ନିଯୁକ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବ୍ୟବସ୍ଥାକୁ ଅଧିକ କ୍ରି୍ରୟାଶୀଳ କରିବା ପାଇଁ ଅଧିକ କୋର୍ଟ ପ୍ରତିÂା କରି ମାମଲାର ଫଇସଲା କରିବା ପାଇଁ ବୁଦ୍ଧିଜୀବି ମହଲରେ ମତପୋଷଣ ହେଉଛି । କେନ୍ଦୁଝର କୋର୍ଟର ୱେବସାଇଟରୁ ମିଳିଥିବା ତଥ୍ୟ ମୁତାବକ କେନ୍ଦୁଝର ଜିଲ୍ଲାର ବିଭିନ୍ନ କୋର୍ଟମାନଙ୍କରେ ୨୦୧୯ ମସିହା ଜୁନ ୩୦ ତାରିଖ ସୁଦ୍ଧା ୪୨ ହଜାର ୪୫୫ ମାମଲା ବିଚାରଧିନ ଥିବା ବେଳେ ୧୦ ବର୍ଷରୁ ଉଦ୍ଧ୍ୱର୍ ୩୮୬୩ ଟି କେଶ ରହିଛି । ୭୬୨ ଟି ମାମଲା ୫ ରୁ ୧୦ ବର୍ଷର ପୁରୁଣା ହୋଇଥିବା ବେଳେ ୩୦୯୬୪ ଟି ମାମଲା ୫ ବର୍ଷ ମଧ୍ୟରେ ରହିଛି । ଜିଲ୍ଲାରେ ଦେୱାନୀ ମକଦ୍ଧମା ୭୧୪୪ ଟି ରହିଥିବା ବେଳେ ସେଥିମଧ୍ୟରୁ ୩୩୧ ଟି ୧୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ୧୦୧୫ ଟି ସିଭିଲ କେଶ ଏବଂ ୫ ବର୍ଷରୁ ପୁରୁଣା ଅବଶିଷ୍ଟ ୫୭୯୮ ଟି ମାମଲା ୫ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଜୁନ ମାସ ଶେଷ ସୁଦ୍ଧା ୭୮୩ ଟି ମୋଟର ଦୁର୍ଘଟଣା ମାମଲା ବା ଏମ ଏ ସିଟି ମାମଲା ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ମାମଲା ୧୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ୫୩ ଟି ୫ ବର୍ଷର ପୁରୁଣା, ଅବଶିଷ୍ଟ ୭୨୯ ଟି ଏହି ଧରଣର କେଶ ରହିଥିବା ଜଣାପଡିଛି । ବିଭିନ୍ନ ମାଜିଷ୍ଟେ୍ରଟମାନଙ୍କ ନିକଟରେ ୨୦୧୯ ମସିହା ଏପ୍ରିଲ ୧ ତାରିଖଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ୯୬୦ ଟି ମାମଲା ଆଗତ ହୋଇଥିବା ବେଳେ ପୁରୁଣା କେଶ ଭାବରେ ୨୦୭୦୦ ରହିଥିଲା । ତିନିମାସ ମଧ୍ୟରେ ୧୯୬ ମାମଲାର ଫଇସଲା ହୋଇଛି । ଏହି ଅବଧି ମଧ୍ୟରେ ଭିଜିଲାନ୍ସ ମାମଲା ୩ ଟି ଆସିଥିବା ବେଳେ ପୂର୍ବରୁ ୯୩ ଟି ରହିଥିଲା ଏବଂ ତିନି ମାସରେ ୩ ଟି ମାମଲାର ଫଇସଲା ହୋଇଛି । କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ୨୦୧୯ ମସିହା ଜୁନ ୩୦ ତାରିଖ ସୁଦ୍ଧା ୯୩ ମାମଲା ବିଚାରଧିନ ଥିବା ବେଳେ ୧୦ ବର୍ଷରୁ ଉର୍ଦ୍ଧ ୨୬ ଟି ମାମଲା ରହିଛି । ୩୧ ଟି ମାମଲା ୫ ରୁ ୧୦ ବର୍ଷ ର ପୁରୁଣା ହୋଇଥିବା ବେଳେ ୩ ଟି ମାମଲା ୫ ବର୍ଷ ମଧ୍ୟରେ ରହିଛି । ଶିଶୁମାନଙ୍କ ଅପରାଧକୁ ନେଇ ଜୁଭେନାଇଲ କେଶ ୧୨୭ ଟି ରହିଥିବା ବେଳେ ଏପ୍ରିଲ ମାସ ଠାରୁ ଜୁନ ମାସ ମଧ୍ୟରେ ୧୭ ଟି ମାମଲା ଆସିଥିବା ସୁଚନାରୁ ମିଳିଛି । ପୁରୁଣା କେଶ ୧୨୭ ଟି ରହିଥିବା ବେଳେ ଏହି ସମୟ ମଧ୍ୟରେ ୧୮ଟି ମାମଲା ଫଇସଲା ହୋଇଛି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ହେଲେ ବି ଇଲେକ୍ଟ୍ରି ମାମଲା ନଥିବା ବେଳେ ପକ୍ସୋ ଆଇନରେ ୪୦୯ ଟି ମାମଲା ରହିଛି । ବର୍ତମାନ କେନ୍ଦୁଝର ଜିଲ୍ଲାରେ ୨୩ ଜଣ ବିଚାରପତି କାର୍ଯ୍ୟ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ଜର୍ଜ କୋର୍ଟରେ ୧୩ ଜଣ, ଆନନ୍ଦପୁରରେ ଗ୍ରାମ୍ୟ ନ୍ୟାୟାଧିଶଙ୍କୁ ମିଶାଇ ୫, ଚମ୍ପୁଆରେ ୪ ଏବଂ ବଡବିଲରେ ଜଣେ ଜେଏମ୍ଏଫ୍ସି ବିଚାର କାର୍ଯ୍ୟ ପରିଚାଳନା କରୁଛନ୍ତି । ବିଚାରପତିମାନେ ନିÂାର ସହ ଦାୟିତ୍ୱ ସମ୍ପାଦନ କରୁଥିଲେ ମଧ୍ୟ ମାମଲାର ସଂଖ୍ୟା ଦୃଷ୍ଟିରୁ ଅଧିକ କୋର୍ଟ ଖୋଲାଯିବା ସହ ସାାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପାଇଁ ଅଧିକ ବିଚାରପତି ନିଯୁକ୍ତ ହେଲେ ସାଧାରଣରେ ରହିଥିବା ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’ କଥାର ହୁଏତ ପରିବର୍ତନ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଲେ ଭୁଲ ରହିଲା ବା କେଉଁଠି ? ଏହାକୁ ସରକାର ଗୁରୁତର ଭାବେ ଗ୍ରହଣ କରି ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ନିହାତି ଆବଶ୍ୟକ ରହିଛି ।