ମାଲକାନଗିରି- ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ ଗତକାଲି ସ୍ବାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଆବାସିକ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ। ପ୍ରଥମେ ବଡ଼ପଡା ଆବାସିକ ବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଶିକ୍ଷା ହାରର ଉନ୍ନତି ଦିଗରେ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ଶିକ୍ଷାର ମାନ ବୃଦ୍ଧିକୁ ନେଇ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗଣିତ ଓ ଇଂରାଜୀ ପାଠ ପଢାଇଥିଲେ । ଏହି ଗସ୍ତ କାଳରେ ସ୍ବାଭିମାନ ଅଞ୍ଚଳର ଜୀବନ ରେଖା ପାଲଟିଥିବା ଗୁରୁପ୍ରିୟା ସେତୁକୁ ମଧ୍ୟ ପରିଭ୍ରମଣ କରିଥିଲେ ମନ୍ତ୍ରୀ ସାରକା । ପରବର୍ତ୍ତୀ ସମୟରେ ମନ୍ତ୍ରୀ ଚିତ୍ରକୋଣ୍ଡା ସ୍ଥିତ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ହଷ୍ଟେଲର ଉନ୍ନତି ଦିଗରେ ଆଲୋଚନା କରିଥିଲେ ଓ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନଦଣ୍ଡକୁ ପରଖିବା ପାଇଁ ନିଜେ ପିଲାଙ୍କ ସହ ଭୋଜନ କରିଥିଲେ ।
ଏହାସହ ଜାତିଗତ ପ୍ରମାଣ ନ ଥିବାରୁ ସ୍ବାଭିମାନ ଅଞ୍ଚଳର ପିଲାଏ ପାଠ ପଢାରୁ ବଞ୍ଚିତ ହେଉଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ସରକାର ଜାତିଗତ ପ୍ରମାଣ ପତ୍ର ଦେବାକୁ ତତ୍ପର, କିନ୍ତୁ ଲୋକମାନେ ଜାତିଗତ ପ୍ରମାଣ ପାଇଁ ଆବେଦନ କରିବାରେ କେଉଁଠି ଭୁଲ୍ ରହୁଛି ତାହାର ତଦନ୍ତ କରାଯାଇ ଯୁଦ୍ଧକାଳିନ ଭିତ୍ତିରେ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
December 2, 2024