

ଶ୍ରୀ ନଡ୍ଡା ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ପଣ୍ଡିତ ଦୀନଦୟାଲଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନଡ୍ଡା କହିଥିଲେ ଯେ ପଣ୍ଡିତଜୀ ରାଜନେତା , ସଂଗଠକ ଓ ବିଚାରକ ଭଳି ଗୁଣର ଅ୍ରଧିକାରୀ ଥିଲେ । ଆଜି ତାଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଂଜଳୀ ଜଣାଇ ସଂକଳ୍ପ ନେବା ଯେ ଦଳ ପଣ୍ଡିତଜୀ ଙ୍କ ମାର୍ଗରେ ନିରନ୍ତର ଆଗକୁ ବଢିବ । ଏହା ପୂର୍ବରୁ ନଡ୍ଡା ଟ୍ୱିଟ୍ କରିଥିଲେ ଅନ୍ତ୍ୟୋଦୟ ଓ ଏକାତ୍ମବାଦର ପ୍ରଣେତା , ଉକୃଷ୍ଠ ସଂଗଠନକର୍ତା, ପ୍ରଖର ରାଷ୍ଟ୍ରବାଦୀ, ଜନସଂଘର ସଂସ୍ଥାପକ ଏବଂ ଆମର ପଥ ପ୍ରଦର୍ଶକଙ୍କୁ ତାଙ୍କ ପୂଣ୍ୟତିଥି ଅବସରରେ କୋଟି କୋଟି ପ୍ରଣାମ ।
ଉଲ୍ଲେଖ୍ୟଯୈାଗ୍ୟ ଯେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ୨୫ ଡିସେମ୍ବର ୧୯୧୬ରେ ମଥୁରାରେ ହୋଇଥିଲା । ୧୧ ଫେବୃଆରୀ ୧୯୬୮ରେ ତରପ୍ରଦେଶର ମୁଗଲସରାଇ ରେଲୱେ ଷ୍ଟେସନ୍ ରେ ତାଙ୍କର ମୃତ୍ୟୁ ଘଟିଥିଲା ।