କୋରେଇ – କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତର ସରପଂଚ ଗୋପାଳ ସେଠୀଙ୍କ ବିରୁଦ୍ଧରେ ଅନସ୍ଥା ଆଗତ କରିଛନ୍ତି ସଂଖ୍ୟାଧିକ ୱାର୍ଡସଭ୍ୟ । ତଣ୍ଡରା ପଂଚାୟତ ୧୩ଟି ୱାର୍ଡକୁ ନେଇ ଗଠିତ । ନାଏବ ସରପଂଚ ଗୀତାଂଜଳୀ ଘଡାଇଙ୍କ ନେତୃତ୍ୱରେ ୯ଜଣ ୱାର୍ଡ ଏକ ବୈଠକରେ ସରପଂଚଙ୍କ ମନମୁଖି କାର୍ଯ୍ୟ ଓ ବିଭିନ୍ନ ଦୁନିର୍ତୀ ସର୍ମ୍ପକରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବା ସତ୍ୱେ କିଛି ସୁଫଳ ନମିଳିବା ସର୍ମ୍ପକରେ ଆଲୋଚନା ହୋଇଥିଲା । ସବୁ ଅଭିଯୋଗ ପରେ କିଛି ସୁଫଳ ନମିଳିବାରୁ ଶେଷରେ ୱାର୍ଡ ସଭ୍ୟ ରଂଜନ ପରିଡା ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଯାହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ଆଜି ୯ ଜଣ ୱାର୍ଡ ସଭ୍ୟ୨-ପୁରସ୍ତମ ବେହେରା, ୩ -ପ୍ରଭାତୀ ସ୍ୱାଇଁ, ୫ -ନିରଂଜନ ପହୀ, ୬- ଗୀତାଂଜଳୀ ଘଡାଇ, ୭- ରଂଜନ ପରିଡା, ୮- ନାଣ୍ଡି ଦେଇ ମଳିକ, ୧୧-ଅଜିତ ସାମଲ, ୧୨-ମାଣିକ ତରେଇ, ୧୩ – ଲିତାଂଜଳୀ ସ୍ୱାଇଁ ପ୍ରମୁଖ ମିଳିତଭାବେ ଉପଜିଳ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଭେଟି ଳିଖିତ ଅନସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ୧୩ ଜଣ ୱାର୍ଡ ସଭ୍ୟରୁ ୯ ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନାସ୍ଥା ଆଗତ କରିଥିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଧଳ କହିଛନ୍ତି ।
Related Stories
November 24, 2024
November 24, 2024