
ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଆଜି ସକାଳେ ଏକ ଚଳନ୍ତା ବାଇକ୍ ଉପରେ ବିଦ୍ୟୁତ ତାର ଛିଡ଼ି ପଡିବା ଫଳରେ ବାଇକ୍ ଟି ସମ୍ପୂର୍ଣ୍ଣ ଜଳିଯାଇଛି । ସୌଭାଗ୍ୟବଶତଃ ଦାଦା-ପୁତୁରା ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି । ତେବେ ଦୁର୍ଘଟଣାରେ ଉଭୟ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଦାଦା-ପୁତୁରା ଏକାଠି ନିକଟସ୍ଥ ବଜାରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ପ୍ରକାଶ ଥାଉକି, ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲକୁଟୁରୁ ନିକଟରେ ଏକ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇଥିଲେ ।