ଭୁବନେଶ୍ୱର– ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ମନୋଭାବ ଏବଂ ବସ୍ କର୍ତୃପକ୍ଷ ଯୋଗୁଁ ବ୍ରହ୍ମପୁରରେ ବସ୍ ରେ ବିଦ୍ୟୁତ୍ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିଲା ବୋଲି ସାଉଥକୋ କହିଛନ୍ତି । ଗତକାଲି ତଦନ୍ତ ନିର୍ଦ୍ଦେଶ ହେବା ପରେ ସୋମବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ତଦନ୍ତକାରୀ ଟିମ୍ ତାଙ୍କ ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି ।
ରିପୋର୍ଟ ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସଂକୀର୍ଣ୍ଣ ରାସ୍ତା ରେ ବଡ ବସ୍ ପ୍ରଚଳନ ଯୋଗୁଁ ଦୁର୍ଘଟଣା ଘଟିଥିଲା ।୨୦୧୮ ମସିହା ରାସ୍ତା କାମ ବେଳେ ବିଦ୍ୟୁତ୍ ପୋଲ ଢଳେଇ ହୋଇ ତାର ଓହଳିଥିଲା । ଏହାର ସୁବ୍ୟବସ୍ଥିତ କରିବା ପାଇଁ ସାଉଥ୍ କୋ କର୍ତୃପକ୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା କି ସାଉଥକୋ ନିକଟରେ ଏହାର ବ୍ୟବସ୍ଥିତ କରିବାକୁ ଆବଶ୍ୟକୀୟ ଅର୍ଥ ପୈଠ କରିନଥିଲେ । ଯାହା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାଉଥକୋ ଏ.ଓ ଶ୍ରୀ ପି .କେ ସାହୁ ।