ପୁରୀ- ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ପୁରୀ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସଂସ୍କୃତି ଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡା ଯୋଗଦେଇ କହିଲେ, ଗାନ୍ଧୀଜୀଙ୍କ ବାଣୀ ଏବେ ବି ସମାଜର ବିଭିନ୍ନ କାମରେ ଆସୁଛି । ଗାନ୍ଧିଜୀଙ୍କ ପ୍ରେରଣା ଥିଲେ କସ୍ତୁରବା । ଅନ୍ୟତମ ଅତିଥିଭାବେ ଗାନ୍ଧିବାଦୀ କର୍ମୀ ପ୍ରହ୍ଲାଦ ସିଂ ଯୋଗଦେଇ ଗାନ୍ଧିଜୀଙ୍କ ନୀତି ଆଦର୍ଶ ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ଆଲୋଚନାଚକ୍ରରେ ବର୍ଷିୟାନ ଭାଷାବିତ୍ ଡଃ. କୈଳାସ ଚନ୍ଦ୍ର ଟିକାୟତ ରାୟ ସଭାପତିତ୍ୱ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଶିଶୁ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି, ଜିଲ୍ଲା ସଂଗୀତ ନାଟକ ଏକାଡେମୀ ସଦସ୍ୟ ପ୍ରଫୁଲ୍ଳ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଗାନ୍ଧୀ ବିଚାର ଧାରା ଉପରେ ମତ ଦେଇଥିଲେ । ପ୍ରିୟପତ୍ରର ସଂପାଦକ ବିପିନ ବିହାରୀ ଦଳାଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଶ୍ରାବଣୀ ଦାସ ଓ ପ୍ରଭାସିନୀ ମିଶ୍ରଙ୍କ ସଂଯୋଜାନରେ ମହାତ୍ମାଙ୍କ ଜୀବନୀ ଆଦର୍ଶ ଉପରେ ରଚିତ କବିତା ପାଠ କରାଯାଇଥିଲା । ଏଥିରେ ମିନତୀ ପଟ୍ଟନାୟକ, ସତ୍ୟନାରାୟଣ ମିଶ୍ର, ଚାରୁବାଳା ଦାସ, ପ୍ରଭାତ ରଥ, ମୀରା ମହାନ୍ତି, ଅନାମ ସାହୁ, ମଞ୍ଜୁଶ୍ରୀ ମିଶ୍ର, ଚିନ୍ମୟ ବିବେକ, ଦୟାନିଧି ତ୍ରିପାଠୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।