ଭୁବନ- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଛକଟି ଏକ ବ୍ୟସ୍ତ ବହୁଳ ଛକ । ଏହା ଭୁବନର ପ୍ରବେଶ ପଥ । ପୂର୍ବରୁ ଏହି ରାସ୍ତା ଦେଇ ଯାଜପୁର,କଟକ ଓ ତାଳଚେର,ଅନୁଗୁଳ କୁ ଗାଡି ଚଳାଚଳ କରୁଥିଲା । ବ୍ରାହ୍ମଣୀନଦୀ ଉପରେ ବାଜିରାଉତ ସେତୁ ଉଦଘାଟନ ହେବା ପରେ ଢେଙ୍କାନାଳ କୁ ବାଟ ଫିଟିଲା ଏବଂ ଦୈନିକ ଶତାଧିକ ଟ୍ରକ,ବସ ଇତ୍ୟାଦି ଗାଡି ଚାଲିଲା । ଫଳରେ ବ୍ୟସ୍ତ ବହୁଳ କାଳୀ ବଜାର ଛକରେ ନିତି ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିଲା । ରାସ୍ତା ଦୁର୍ଘଟଣା ଓ ଗାଡିଜାମ କୁ ପ୍ରତିହତ କରି ଟ୍ରାଫିକ ବ୍ୟବସ୍ଥା କରାଯିବାକୁ ବହୁବାର ଦାବି ଆପତି ଅଭିଯୋଗ ହେବା ପରେ ରାଜ୍ୟ ସରକାର ଙ୍କ ନିଦେ୍ର୍ଧଶମତେ ପୂର୍ତ ବିଭାଗ ଏସଡିଓ ପ୍ରତାପ କୁମାର ହରିପାଳ, ସହକାରୀ ଯନ୍ତ୍ରୀ ନିରଞ୍ଜନ ସ୍ୱାଇଁ,ପରିବହନ ବିଭାଗ ତରଫରୁ ମାନସ ରଂଜନ ପୃଷ୍ଟି , ଜାତୀୟ ରାଜପଥ ବିଭାଗ ତରଫରୁ ପ୍ରତାପ କୁମାର ଜେନା ଓ ପୋଲିସ ବିଭାଗ ତରଫରୁ ଭୁବନ ଥାନା ଏସଆଇ ଲକ୍ଷ୍ମୀଧର ରଣା ପ୍ରମୁଖଙ୍କ ଉପସ୍ଥିତିରେ ମିଳିତ ସର୍ଭେ କରାଯାଇ ଗତ ଡିସେମ୍ବର ମାସରେ ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ସ୍ଥିର ହୋଇଥିବା ୧୨ ଟି ଟ୍ରାଫିକ ପୋଷ୍ଟ ସକାଶେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ମଧ୍ୟ ରିପୋର୍ଟ ପ୍ରଦାନ କରିଛନ୍ତି । ତେବେ ଦୀର୍ଘ ୨ ମାସ ଅତିକ୍ରାନ୍ତ ସତ୍ୱେ ଟ୍ରାଫିକ ବ୍ୟବସ୍ଥା ର କୌଣସି ଅଗ୍ରଗତି ହୋଇଥିବା ଜଣାପଡୁନାହିଁ ।
Related Stories
November 24, 2024
November 24, 2024