
ଭୁବନେଶ୍ୱର– କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର।
ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର୍ ସଂସ୍କୃତି, ସମୃଦ୍ଧି ଆର୍ ଏକତାର ପ୍ରତୀକ୍ ନୂଆଁଖାଇ ତିହାର୍ ଉଧେ ସମ୍କୁ ମୋର୍ ଅଭିନନ୍ଦନ୍ ଆର୍ ଜୁହାର୍ ।
ନୂଆଁ ଆଶା ନେଇକରି ଆସିଥିବାର୍ ଇ ତିହାର୍ ସମକର୍ ଜୀବନଥି ସୁଖ, ଶାନ୍ତି ଆର୍ ସମୃଦ୍ଧି ଭରିଦେଉ, ଇଟା ହିଁ ମୁଇଁ ମାଁ ସମଲେଇଙ୍କର ପାହାତଲେ ଗୁହାରି କରୁଛେଁ।