
ପୁରୀ– ଶ୍ରୀପର୍ଣ୍ଣା ସାହିତ୍ୟ ସଂସଦ ଓ ଶ୍ରୀପର୍ଣ୍ଣା ପ୍ରକାଶନୀ, ପୁରୀ ଆନୁକୂଲ୍ୟରେ ଏକ ମନୋଞ୍ଜ ସାରସ୍ୱତ ଆସର ଗୁରୁବାର ଦିନ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଆସରରେ ପୁସ୍ତକ ଉନ୍ମୋଚନ, ଲୋକାର୍ପଣ, ଆଲୋଚନା ଓ ଅନୁପମ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଡ଼କ୍ଟର ପ୍ରଭାକର ତ୍ରିପାଠୀ ସଭାପତିତ୍ୱ କରିଥିଲେ | ମୁଖ୍ୟଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ଲେଖକ, ଅନୁବାଦକ, ଗାଳ୍ପିକ, ଔପନ୍ୟାସିକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନୁହୁର ),ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ, ଡ଼କ୍ଟର ଦିଲୀପ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ମଙ୍ଗରାଜ,ଅନୁଷ୍ଠାନର ଉପାଧ୍ୟକ୍ଷ ଲଷ୍ମୀକାନ୍ତ ତ୍ରିପାଠୀ, ମଞ୍ଚ ସଂଯୋଜକ କବି ପୁରୁଷୋତ୍ତମ ନନ୍ଦ, କବୟିତ୍ରୀ ସୁଜାତା ସିହ୍ନା, ଗୌରାଙ୍ଗ ଚରଣ ଦାସ ଏବଂ ସମ୍ପାଦକ ଉମାକାନ୍ତ ମହାପାତ୍ର ଯୋଗଦେଇ କବିତାରେ କିପରି ଅନ୍ତର ଆତ୍ମା ର ଭାବ ପରିପ୍ରକାଶ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ |
ପ୍ରାରମ୍ଭରୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା | ପରେ ପରେ ସମ୍ପାଦକ ଉମାକାନ୍ତ ମହାପାତ୍ର ଓ ପରିଚାଳନା ସମ୍ପାଦିକା ସୁଜାତା ସିହ୍ନା ଅତିଥି ମାନଙ୍କୁ ଉତ୍ତରୀୟ, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ | ଏହି ଅବସରରେ କବି ଉମାକାନ୍ତ ମହାପାତ୍ରଙ୍କ କବିତା ସଂକଳନ ଅସମର୍ଥ ଉଚ୍ଚାରଣ, ଅନାବୃତ ଅହଙ୍କାର, ଅର୍ଥମୟ ଅବଶୋଷ, ଶ୍ରୀପର୍ଣ୍ଣା ସାହିତ୍ୟ ପତ୍ରିକା ଏବଂ ସୁଜାତା ସିହ୍ନାଙ୍କ ଅନୁବାଦିତ ବଙ୍ଗଳାଦେଶର ପ୍ରସିଦ୍ଧ ଔପନ୍ୟାସିକ ହୁମାୟୁନ ଆହମେଦଙ୍କ ଉପନ୍ୟାସ ସମୁଦ୍ର ବିଳାସ ଓ ମୌଳିକ ଶିଶୁ କିଶୋର ଉପନ୍ୟାସ ଦେବଦୂତ ଉନ୍ମୋଚ୍ଚନ, ଆଲୋଚନା ଓ ସମୀକ୍ଷା କରାଯାଇଥିଲା |
ଏହାପରେ ଅନୁଷ୍ଠାନକୁ ବହୁ ଭାବରେ ଉଛ୍ୱାସିତ କରିଥିବା କବି ସୁଜାତା ସିହ୍ନା ଓ ଗୌରାଙ୍ଗ ଚରଣ ଦାସଙ୍କୁ ମାନପତ୍ର ଓ ଗଜାନନଙ୍କ ରୌପ୍ୟମୂର୍ତ୍ତି ପ୍ରଦାନ କରି ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା | ମଧ୍ୟାହ୍ନ ଭୋଜନ ବିରତି ପରେ ଅପରାହ୍ଣରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବୀ ସୁଜାତା ସିହ୍ନା ଅଧ୍ୟକ୍ଷତା କରିବା ସହିତ କବୀ ମମତା ଦାସ ଓ କବି ପ୍ରବାସିନୀ ମିଶ୍ରଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା |
ଗୀତି କବି ବିଜୟ କୁମାର ପଣ୍ଡା, ବିଶିଷ୍ଟ ଶିଶୁ ଲେଖକ ରାଇମୋହନ ମହାନ୍ତି ସମ୍ମlନିତ ଅତିଥି ଭାବରେ ଯୋଗଦେଇ ଏହି ସଭାରେ କବିତା ପାଠ କରିଥିବା ସମସ୍ତ କବି, କବୟିତ୍ରୀ ମାନଙ୍କୁ ସମ୍ମାନ ସନନ୍ଦ ଦେଇ ସମ୍ମlନିତ କରିଥିଲେ l ଏହି କାବ୍ୟୋତ୍ସବରେ ବିଶିଷ୍ଟ ଗୀତିକବି ବିପିନ ମହାନ୍ତି, କବି ପୂର୍ଣଚନ୍ଦ୍ର ମହାରଣା, ଜୟନ୍ତୀ ନନ୍ଦ, କଳ୍ପନା ମିଶ୍ର, ମହେନ୍ଦ୍ର କୁମାର ଦାଶ, ସ୍ଵର୍ଣ୍ଣଲତା ତ୍ରିପାଠୀ, ଡ଼କ୍ଟର ସସ୍ମିତା ମିଶ୍ର, ପୌର୍ଣ୍ଣମାସୀ ଦେବୀ, ଅନ୍ତର୍ଯ୍ୟାମୀ ମିଶ୍ର, ବିଜୟ ଲଷ୍ମୀ ଦାଶ ମିଶ୍ର, ରଜତ କୁମାର ମହାନ୍ତି, ଅଶୋକ କୁମାର ମିଶ୍ର, ରଶ୍ମିତା ବେହେରା, ପର୍ଶୁରାମ ପାତ୍ର, ଦେବସ୍ମିତା ପ୍ରଧାନ, ନୀଳମଣି ସୁଆର, ଅଜୟ କୁମାର ସେଠୀ, ଅରୁଣା କର ମହାପାତ୍ର, ଗୀତା ପଟ୍ଟନାୟକ, ବିପିନ ବିହାରୀ ନାୟକ, ମୃତ୍ୟୁଞ୍ଜୟ ଦକ୍ଷିଣରାୟ, ବିପିନ ବିହାରୀ ଦଳାଇ, ରମେଶ ଚନ୍ଦ୍ର ଦାଶ, କାଶୀନାଥ ମହାପାତ୍ର, ସୁବାସ ଚନ୍ଦ୍ର ପରିଡା, ସଞ୍ଜୟ କୁମାର ବରାଳ ପ୍ରମୁଖ ଯୋଗଦେଇ କବିତା ପାଠ କରିଥିଲେ l ପରିଶେଷରେ ଅନୁଷ୍ଠାନର ସଂଯୋକକ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |