
ସାନଖେମୁଣ୍ଡି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣନୟ ହୋଇଥିବା ବିଭିନ୍ନ ସମାଜ ମଙ୍ଗଳ ଯୋଜନାର ସଫଳ ରୂପାୟନରେ ପଞ୍ଚାୟତର ଭୁମିକା ବହୁ ଗୁରୁତ୍ୱପୂର୍ଣ୍ଣ। ‘ମୋ ନିବେଦନ କାର୍ଯ୍ୟକ୍ରମ’ ପଞ୍ଚାୟତ ଅଧିକାରୀଙ୍କ ଗ୍ରହଣରେ ଲୋକମାନଙ୍କ ଅଭିଯୋଗ ଶୁଣାଯାଉଛି। ଏହି ପରିପ୍ରେକ୍ଷୀରେ ୨ଦିନ ଧରି ସାନଖେମୁଣ୍ଡି ପଞ୍ଚୟତ ସମିତି ଅନ୍ତର୍ଗତ ଏରେଣ୍ଡ୍ରା ପଞ୍ଚାୟତରେ ଜନ ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ସାମାଜିକ ନିରାପତ୍ତା ଅଧିକାରୀ , କୃଷି ବିଭାଗ ଅଧିକାରୀ, ବିଦ୍ୟୁତ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗକୁ ଲେଖିଛନ୍ତି। ଏହି ଅଭିଯୋଗରେ କାଳିଆ ଯୋଜନା, ଆବାସ ଯୋଜନ ଓ ଜମିଜମା ସଂକ୍ରାନ୍ତୀୟ ୨୦୧ ଗୋଟି ଅଭିଯୋଗ ଗୃହୀତ ହୋଇ କାର୍ଯ୍ୟନୁଷ୍ଠାନ ପାଇଁ ସ୍ଥିର କରାଯାଇଛି। କାର୍ଯ୍ୟକ୍ରମକୁ ସ୍ତାନୀୟ ସରପଞ୍ଚ ଜୟଶ୍ରୀ ପ୍ରଧାନଙ୍କ ପୌରହିତରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ବୈଠକରେ ବ୍ଲକର ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ଅଧିକାରୀ ସନ୍ତୋଷ ବେହେରା, ସମିତି ସଭ୍ୟ ସଦସ୍ର ସଂଗ୍ରାମ ବିଷୋୟୀ, ସରପଞ୍ଚ ସଞ୍ଜୟ ରାଉତ ଓ ସହଦେଵ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ: ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO