ମାଲକାନଗିରି – ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିଦେ୍ର୍ଧଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା ପ୍ରାଧିକରଣ ମୋଟୁ ଦ୍ୱାରା ରାଷ୍ଟ୍ରୀୟ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ଏବଂ ମୋଟୁ ଠାରେ ମଧ୍ୟ ଅନୁÂିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗରି ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ରୋହିତ ଲାଲ ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ବିଶ୍ୱ ରଂଜନ ବେହେରା, ଅତିରିକ୍ତ ଜିଲ୍ଲା ଜଜ୍ ମୋହଲତ ସା, ରେଜିଷ୍ଟ୍ରାର ହିମାଂଶୁ ଶେଖର ସିଂହ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଅମରେଶ ନାୟକ, ବରିÂ ଦେୱାନି ବିଚାରପତି ସୁଚେତା କୃପାଳିନୀ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି କୃଷ୍ଣ ଚନ୍ଦ୍ର ନାୟକ ଓ ମୋଟୁ ଠାରେ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ଅସିତ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦ୍ଧମାର ଫଇସଲା କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୬ ଗୋଟି ବୈବାହିକ ଦେୱାନି ମାମଲା ଓ ଏକ ଗୋଟି ବ୍ୟାଙ୍କ ଚେକ୍ ସମ୍ବନ୍ଧୀୟ ମାମଲା ସଂକ୍ରାନ୍ତୀୟ ବିଚାର କରାଯାଇଥିଲା । ସେହିପରି ୨ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫଇସଲା କରାଯାଇ ୧୦୬୦୦୦୦/- ଟଙ୍କା କ୍ଷତି ପୂରଣ ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତରେ ୪୮ଟି ଦେୱାନୀ, ୨୧ଗୋଟି ବନ ବିଭାଗୀୟ ଓ ୩ ଗୋଟି ବ୍ୟାଙ୍କ ଋଣ ମାମଲା ପ୍ରାକ୍ ମୋକଦ୍ଧମା ସ୍ତରରେ ସମାଧାନ କରାଯାଇ ୨୨୫୦୪୮ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ରାଷ୍ଟ୍ରୀୟ ଲୋକ ଅଦାଲତ ସହିତ ମିଳିତ ଭାବେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁÂିତ ହୋଇ ମାଲକାନଗିରି ଜିଲ୍ଲାର ଉପ ଜିଲ୍ଲାପାଳ ଓ ସମସ୍ତ ତହସିଲ ଯଥା – ମାଲକାନଗିରି, କାଲିମେଳା, ମୋଟୁ, ଚିତ୍ରକୋଣ୍ଡା, ମାଥ୍ଲି, କୁଡ଼ୁମୁଳୁଗୁମ୍ମା, ଖଇରପୁଟର ତହସିଲଦାର ୧୯୮୬ ଗୋଟି ରାଜସ୍ୱ ମାମଲାର ଫଇସଲା କରି ମୋଟ ୭୦୪୮୯୬ଟଙ୍କା ରାଜସ୍ୱ ଆଦାୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ମାଲକାନଗିରି ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗ ବିଚାରପତି ଶ୍ରୀକାନ୍ତ ପାଢ଼ୀ ପଦ୍ମଲାଭ ମାଝୀ ଏବଂ ଜିଲ୍ଲା କୋର୍ଟ, ସିଜେଏମ କୋର୍ଟ, ସବ ଜଜ୍ କୋର୍ଟ, ଏସଡ଼ିଜେଏମ କୋର୍ଟ, ମୋଟୁ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି, ମୋଟୁର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।