ଭୁବନେଶ୍ୱର– ଧର୍ମଶାଳାର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ବେଆଇନ୍ ରଙ୍ଗଶାଳା ଭଙ୍ଗାଯିବା ଘଟଣାରେ ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ଉପରେ ପ୍ରତିକ୍ରିୟା ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ମୋ ସରକାର ଓ ୫- ଟି ସମୟରେ ପୋଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି ଏବଂ ବ୍ୟବହାର ଓ ତଦନ୍ତ ତପ୍ତରତାର ସହକାରେ କରୁଛି । ଆଇନ ଅନୁଯାୟୀ ଯାହା ଯୁକ୍ତିଯୁକ୍ତ ତାହା କରାଯିବ । ଆଗକୁ ଯାହା କାର୍ଯ୍ୟକ୍ରମ କରିବା କଥା ତାହା କରାଯିବ । ସେହିପରି ରୂପେଶ ଭଦ୍ରଙ୍କ ଘଟଣାରେ ତଦନ୍ତ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି ।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଥିଲେ ଯେ ସରକାର ପ୍ରମାଣ ନଷ୍ଟ କରିବା ପାଇଁତ୍ତତତ୍ପରତା ପ୍ରକାଶ କରି ଉକ୍ତ କୋଠାକୁ ଭାଙ୍ଗିଛନ୍ତି ।