
କେନ୍ଦୁଝର- କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଫୁଲକଅଁଳେଇ ଗ୍ରାମ ନିକଟସ୍ଥ ବୈତରଣୀ ନଦୀର ଖଲିଚୌପଦି ଘାଟରୁ ଆଜି ସକାଳେ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ତନ୍ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳାଙ୍କ ଶବ ରହିଛି । ତେବେ ସେମାନଙ୍କର ପରିଚୟ ମିଳିପାରିନାହିଁ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଛି । ପୋଲିସ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି । କେହି ହତ୍ୟା ପରେ ଉଭୟଙ୍କ ମୃତଦେହକୁ ବସ୍ତାରେ ବାନ୍ଧି ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଏପରି କରିଛି ଏବଂ ହତ୍ୟାକାଣ୍ଡ ପଛରେ କ’ଣ କାରଣ ରହିଛି ପୋଲିସ ଏନେଇ ଅଧିକ ଛାନଭିନ୍ ଜାରୀ ରଖିଛି ।