
ବ୍ରହ୍ମପୁର/ଗୋପାଳପୁର: ସମବାୟ ପରିଚାଳନା ପ୍ରତିଷ୍ଠାନ ଗୋପାଳପୁର ବେଳାଭୂମି ତଥା ଓଡିଶା ରାଜ୍ୟ ସମବାୟ ୟୁନିୟନର ମିଳିତ ଆନୁକୂଲ୍ୟରେ ବଜାର ନିୟନ୍ତ୍ରିତ କମିଟି ସମ୍ମିଳନୀ କକ୍ଷ(ଆମ୍ବପୁଆ)ରେ ବ୍ରହ୍ମପୁର ସମବାୟ ସମିତି ସମୂହ ଅଧିନସ୍ତ ସମସ୍ତ କୃଷି ସେବା ସମବାୟ ସମିତିର ସମ୍ପାଦକ ମାନଙ୍କ ପାଇଁ “ତଥ୍ୟ ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ ସହ ପରିଚାଳନା” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ସମବାୟ ସମିତି ସମୂହ, ବ୍ରହ୍ମପୁର ଶ୍ରୀ ବିଶ୍ୱରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ କୃଷି ସେବା ସମବାୟ ସମିତି ମାନଙ୍କର ତଥ୍ୟ ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ ସହ ପରିଚାଳନା କରି କିପରି ସମିତି ଲାଭବାନ ହୋଇପାରିବ ସମ୍ପାଦକଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ସମବାୟ ୟୁନିୟନର ନିର୍ଦ୍ଦେଶକ ତଥା ସମବାୟ ପରିଚାଳନା ପ୍ରତିଷ୍ଠାନର ଉନ୍ନୟନ କମିଟିର ଅଧକ୍ଷ ଶ୍ରୀଯୁକ୍ତ ସନାତନ ସଂଗ୍ରାମ ସିଂ ଯୋଗ ଦେଇ ସମବାୟ ପତିଚାଳନା ପ୍ରତିଷ୍ଠାନ ତରଫରୁ ସମସ୍ତ ସମବାୟ ସମିତିର ସଭ୍ୟ ଓ କର୍ମଚାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ବହୁଳ ଭାବରେ କରି ସମବାୟ ସମିତି ମାନେ ବିଭିନ୍ନ ପ୍ରକାର ବ୍ୟବସାୟିକ କରି ଲାଭବାନ ହେବେ ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସହକାରୀ ନିର୍ଦ୍ଦେଶକ ଶ୍ରୀ ଗୋପାଳକୃଷ୍ଣ , ବ୍ରହ୍ମପୁର ସମବାୟ ସମିତି ସମୂହ ସମସ୍ତ ସମିତି ମାନଙ୍କର କମ୍ପ୍ୟୁଟର ମାଧ୍ୟମରେ ବ୍ୟବସାୟ କରି ଚାଷୀମାନଙ୍କୁ କିପରି ଆର୍ଥିକ ମାନଦଣ୍ଡ କିପରି ବୃଦ୍ଧି ପାଇବ ତାହା ଉପରେ ଗୁରୁତ୍ୱରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସମବାୟ ସମିତି ସମୂହ ଅଧିନସ୍ତ ୧୨୧ଜଣ ସମ୍ପାଦକ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପନିର୍ଦ୍ଦେଶକ ସମବାୟ ସମିତି ସମୂହର ଉପସହକାରୀ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସାହୁ, ବ୍ରହ୍ମପୁର ସର୍କିଲ କାର୍ଯ୍ୟାଳୟରୁ ଉପସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ ପଣ୍ଡା, ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କ୍ଷେତ୍ର ଅଧିକାରୀ ଶ୍ରୀ ସୁଧାଂଶୁ କୁମାର ମହାରଣା, ଶ୍ରୀ ନୃସିଂହନାଥ ପଣ୍ଡା ଯୋଗ ଦେଇଥିଲେ। ସମବାୟ ପ୍ରତିଷ୍ଠାନର ଅଧ୍ୟାପକ ଶ୍ରୀ D. କୃଷ୍ନାନନ୍ଦ ତାଲିମ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO