ସାନଖେମୁଣ୍ଡି: ସାନଖେମୁଣ୍ଡି ସାହିତ୍ୟ ସଂସଦର ଏକ ସ୍ୱତନ୍ତ୍ର ବୈଠକ ପାଟପୁର ଗାନ୍ଧୀଛକ ସ୍ଥିତ ସାଂସଦ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାଷା ସାହିତ୍ୟର ସୁରକ୍ଷା, ବିକାଶ ଓ ପ୍ରଚାର ପ୍ରସାର ନିବିତ୍ତ ଆବଶ୍ୟକ ହେଉଥିବା ଅନୁଶାସିକ ହୀତିତ୍ୱମୀର ଉପଲବ୍ଧତା ଆଲୋଚନାକୁ ନେଇ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଗାମୀ ତିନି ବର୍ଷ ପାଇଁ ସଂସଦର କର୍ମକର୍ତ୍ତାକୁ ମନୋନୀତ କରାଯାଇଥିଲା। ଶ୍ରୀ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାସିକ ସାହିତ୍ୟ ଅସର, କବିତା ପାଠୋତ୍ସବ, ଗଳ୍ପ, ପ୍ରବନ୍ଧ, ଲେଖନ୍ୟ ଓ ସଂସଦର ମୁଖ୍ୟ ପତ୍ର ପ୍ରଚାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଂସଦର କର୍ମକର୍ତାଙ୍କ ସଭାପତି ଶ୍ରୀ ରାମଚନ୍ଦ୍ର ସାହୁ କାର୍ଯ୍ୟକାରୀ ସଭାପତି ଡ଼ଃ. ପ୍ରଦୀପ ସିଂ, ଉପସଭାପତି ବିନାୟକ ଦାସ, ମୁଖ୍ୟ ସମ୍ପାଦକ ଡ଼: ପ୍ରାଣବନନ୍ଦ, ସମ୍ପାଦକ ଶିବରାମ ସାବତ, ସହ ସମ୍ପାଦକ ପୀତବାସ ତ୍ରିପାଠୀ, ସୁରଭି ରାଣୀ ନାୟକ, କୋଷାଦକ୍ଷ ଉଦୟ ଡାକୁଆ, କାର୍ଯ୍ୟକାରୀ ସଭ୍ୟ ବୃନ୍ଦାବନ ବାଡ଼ତ୍ୟା, ଗୋକୁଳାନନ୍ଦ ତ୍ରିପାଠୀ, କୋରାପ୍ରସାଦ ମହାରଣା, ମୁନା ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ ସଂସଦର ମୁଖ୍ୟ ଉପଦେଷ୍ଟା ଭାବେ ସାହିତ୍ୟକ ଡ଼: ଚନ୍ଦ୍ରମଣି ସ୍ୱାଇଁ ଓ ଗବେଷକ ଡ଼: ଅନନ୍ତରାମ କର (କୌଣ୍ଡଶ୍ୟ) ଥିବା ସାଂସଦ ପକ୍ଷରୁ ଅବଗତ କରାଯାଇଛି।
ରିପୋର୍ଟ: ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ।
Related Stories
May 5, 2024