ଭୁବନ- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଏବେ ଚାରିଟିକିଆ ରାସ୍ତା ହେଉଛି । ଦୈନିକ ଶତାଧିକ ଟ୍ରକ,ଡମ୍ଫର,ହାଇବ୍ୱା ଗାଡି ଏହି କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାଙ୍ଗକୁ ଦିନବେଳା ବେଆଇନ ଭାବେ ଶତାଧିକ ୧୦ ଚକିଆ କୋଇଲା ବୋଝେଇ ଟ୍ରକ ମଧ୍ୟ ଏହି ବାଟ ଦେଇ ଚାଲୁଛି । ଫଳରେ ଧୂଳିଧୂଆଁ ରେ ଲୋକମାନେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ବିଶେଷକରି ଗୌରାଙ୍ଗ ଫିଲିଙ୍ଗ ଷ୍ଟେସନ (ପେଟ୍ରୋଲ ପମ୍ପ) ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ସ୍କୁଲ, କଲେଜ କୁ ଯାଉଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ ଅଫିସକୁ ଯାଉଥିବା ଲୋକେ ନାହିଁନଥିବା ଦୁର୍ଦଶା ଭୋଗୁଛନ୍ତି । ମାତ୍ରାଧିକ ବାୟୁ ପ୍ରଦୂଷଣରେ ଲୋକମାନେ ଶ୍ୱାସ,କାଶ,ଆଜମା ସହିତ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । କାଳୀବଜାର ଓ ନୂଆ ବଜାର ର ହୋଟେଲ ମାନଙ୍କରେ ଖାଦ୍ୟ ସାମଗ୍ରୀରେ ଧୂଳି ଜମି ରହୁଥିବାରୁ ଏହି ଖାଦ୍ୟ ଖାଇ ଲୋକେ ପେଟ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । କାଳୀବଜାର ଓ ନୂଆବଜାରରେ ଥିବା ଏଟିଏମ ଗୁଡିକରେ ଧୂଳି ପଶିଯାଉଥିବାରୁ ଅଧିକାଂଶ ସମୟ ଏଟିଏମ ବନ୍ଦ ହୋଇଯାଉଛି । ତେଣୁ ଦୈନିକ ପାଣି ସିଂଚନ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବାଲି.ମେଟାଲ,ମୋରମ ଇତ୍ୟାଦି ପରିବହନ କରୁଥିବା ଗାଡିସବୁ ଦିନବେଳା ବନ୍ଦ କରାଯାଇ ରାତି ରାସ୍ତା କାମ କରିବାକୁ ଦାବି ହେଉଛି ଅନ୍ୟଥା ଅଂଚଳବାସୀ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି ।
Related Stories
November 24, 2024
November 24, 2024