
ଭଦ୍ରକ- ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ତଳଗୋପ ନିଶ୍ଚିନ୍ତା ଗ୍ରାମର କିଛି ମୁଷ୍ଟିମେୟ ଲୋକ ଗ୍ରାମ ରାସ୍ତାକୁ ବାଡ ବୁଜିଦେବା ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ତିହିଡି ଥାନାର ଦ୍ବାରସ୍ଥ ହୋଇଥିଲେ। ମାତ୍ର ଥାନା ପକ୍ଷରୁ ସମସ୍ୟାର କୌଣସି ସମାଧାନ ନହେବାରୁ ଆଜି ଉକ୍ତ ଗ୍ରାମର ନିରଂଜନ େଯନା, ଅଲେଖ େଯନା, ପ୍ରତିମା େଯନା, ସୁମତୀ େଯନା, ମିନତୀ େଯନା, ସରସ୍ବତୀ େଯନା, ମନୋରଂଜନ େଯନା, ଗୌତମ େଯନାଙ୍କ ସମେତ ବହୁ ଗ୍ରାମବାସୀ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି। ସେମାନଙ୍କ ଅଭିେଯାଗ ମୂଳେ ଉକ୍ତ ଗ୍ରାମର କେତେକ ନ୍ୟସ୍ତ ସ୍ବାର୍ଥ ସଂପନ୍ନ ବ୍ୟକ୍ତିବିଶେଷ ସର୍ବସାଧାରଣଙ୍କ ଯାତାୟତ ରାସ୍ତା ମଝିରେ ବାଡ ବସାଇଛନ୍ତି। ଏହି ଘଟଣାର ପ୍ରତିବାଦ କରିବାରୁ ସେମାନେ ମଦ୍ୟପାନ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି। ଏପରିକି ଝିଅବୋହୂଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିେଯାଗ କରିଛନ୍ତି। ଏହି ରାସ୍ତାରେ ବାଡ ବୁଜାଯିବା ଫଳରେ ପିଲାମାନେ ସ୍କୁଲ ଯିବାରେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରୋଗୀଟିଏ ଡାକ୍ତରଖାନା ଯିବାରେ ପ୍ରତିବନ୍ଧକ ଦେଖାଦେଇଛି। ସରକାର ୫-ଟି ମାଧ୍ଯମରେ ଲୋକମାନଙ୍କ କଥା ଥାନାରେ ବୁଝି ସେମାନଙ୍କୁ ନ୍ୟାୟ ଦେଉଥିବାବେଳେ ତିହିଡି ଥାନା ସଂପୃକ୍ତ ଅସାମାଜିକ ବ୍ୟକ୍ତିବିଶେଷଙ୍କ ପ୍ରଭାବରେ ପ୍ରଭାବିତ ହୋଇ ସେମାନଙ୍କୁ ଘ ଘୋଡାଇବା ଲୋକଙ୍କ ମଧ୍ଯରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏଣୁ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ଦିଗରେ ତିହିଡି ପୁଲିସ୍ ସକରାମôକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନାମôକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO