କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ଜଣାଶୁଣା ସୂଚନା ଅଧିକାର କର୍ମୀ ରଂଜନ କୁମାର ଦାସଙ୍କ ଅସ୍ୱାଭାବିକ ମୃତ୍ୟୁ କୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଉଦ୍ଘାଟିତ ହୋଇପାରି ନାହିଁ । ଏନେଇ ସାଧାରଣ ରେ ତିବ୍ର ଅସନ୍ତୋଷ ବଢିବାରେ ଲାଗିଛି । ତାଙ୍କ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିବା ବେଳେ ପୋଲିସ୍ ଏପର୍ଯ୍ୟନ୍ତ ତାହାର କାରଣ ସଂପର୍କରେ ନିଦ୍ଧିଷ୍ଟ ଭାବେ କହିପାରୁ ନାହିଁ । ଏନେଇ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କେନ୍ଦ୍ରାପଡାରେ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରାଯିବା ସହ ପ୍ରତିବାଦ ଶୋଭାଯାତ୍ରା ଅନୁÂିତ ହୋଇଥିଲା । ସଂନ୍ଧ୍ୟା ସମୟରେ ପୁରୁଣା ବସଷ୍ଟାଣ୍ଡ ଠାରେ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ସାମୁହିକ ଦ୍ୱୀପଦାନ କରାଯିବା ସହ ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ବୁଦ୍ଧିଜିବୀ, ଆଇନଜିବୀ, ଓ ଯୁବ ସଂଗଠନର କର୍ମକର୍ତାଙ୍କ ସମେତ ସୂଚନା ଅଧରକାରୀ କର୍ମୀମାନେ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024