କେନ୍ଦ୍ରାପଡ଼ା- ଏକ ଭୂସମ୍ପତି ବିବାଦକୁ ନେଇ ସାନଭାଇର ଭୁଜାଲି ଚୋଟରେ ବଢଭାଇ ରକ୍ତାକ୍ତ ହୋଇଥିବା ବେଳେ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ରାଜନଗର ପୋଲିସ ଅଭିଯୋଗ ପାଇଲା ପରେ ମଧ୍ୟ କୈାଣସି କାର୍ଯ୍ୟାନୁÂାନ ଗ୍ରହଣ କରି ନଥିବାରୁ ପିଡିତ ପରିବାର ଗୁରୁବାର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ଙ୍କୁ ଅଭିଯୋଗ କରିଛନ୍ତି । ରାଜନଗର ଥାନା ଅଧିନ କୋଇଲିପୁର ପଂଚାୟତର ସାନମରିଚାପଲ୍ଲୀ ଗ୍ରାମ ବାସିନ୍ଦା କିରଣ କୁମାର ସେଠୀ , ବୟସ-୫୦ନିଜ ପୈତୃକ ସମ୍ପତିରୁ ଭାଗ ନପାଇ ଭୂମିହୀନ ଭାବେ ୧ ଗୁଣ୍ଠ ସରକାରୀ ଯାଗା ପାଇଥିଲେ । ସେଠାରେ ଘର ନକରି ନିକଟବର୍ତୀ ଗାଁରେ ଘରଭଡା ନେଇ ରହୁଥିଲେ । ଚଳିତ ମାସ ୩ ତାରିଖ ରାତି ୮ଟା ସମୟରେ ସାନଭାଇ ସୁଶେ ସେଠୀ ପୈତୃକ ଯାଗାରେ ତିଆରି ହୋଇଥିବା ଘର ବାବଦ ଖର୍ଚ୍ଚ କିରଣକୁ ମାଗିଥିଲେ । କିରଣ ଖର୍ଚ୍ଚ ନଦେବାରୁ ସୁରେଶ ଏକ ଧାରୁଅ ଅସ୍ତ୍ରରେ ବଡ ଭାଇକୁ ଆକ୍ରମଣ କରିଥିଲା । ଏନେଇ କିରଣ ୪ ତାରିଖରେ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ କୈାଣସି କାର୍ଯ୍ୟାନୁÂାନ ଗ୍ରହଣ ନକରି ଓଲଟା କିରଣଙ୍କୁ ଧମକ ଚମକ ଦେଉଥିବା ନେଇ ଗୁରୁବାର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ପଟ୍ଟାମୁଣ୍ଡାଇ ଏଚ୍ଡିପିଓ ରଂଜନ କୁମାର ଦେ ଙ୍କୁ ଏହି ମାମଲାର ଫଇସାଲା କରିବାପାଇଁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି ।
Related Stories
November 24, 2024
November 24, 2024