
ନୂଆଦିଲ୍ଲୀ– ବୋଡୋ ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ଉପଲକ୍ଷେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋକ୍ରାଝର ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରରେ ଦୁଇ ଜଣ ମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ଓ ରିହୋନ ଦୈମାରୀ ଆୟୋଜନସ୍ଥଳରେ ରହି ପ୍ରସ୍ତୁତିର ସମୀକ୍ଷା କରିଥିବା ଜଣା ପଡିଛି ।ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆସାମର ଡିଜିପି ଜେପି ସିଂହ ପ୍ରକାଶ କରିଛନ୍ତି