ଭୁବନେଶ୍ୱର – ମତେ ନିଲମ୍ବନ କରାଯିବା ବୈଧ ନୁହେଁ । ଏପରିକି ଯିଏ ନିଲମ୍ବନ କରିଛନ୍ତି ତାଙ୍କର ସେ କ୍ଷମତା ନାହିଁ । ମତେ ଛାତ୍ର କଂଗ୍ରେରୁ ନିଲମ୍ବନ କରିଛନ୍ତି କଂଗ୍ରେସରୁ ନୁହେଁ । ନିଲମ୍ବନ କଥା ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜାଣି ନାହାନ୍ତି । ଏହା ଏକ ଚକ୍ରାନ୍ତ । ଏହି ନିଲମ୍ବନକୁ ଗ୍ରହଣ କରୁନାହିଁ । ଏହାର ପ୍ରତିବାଦରେ ଆଗାମୀ ଦିନରେ ଏକ ୧୦୦ ଜଣିଆ ଟିମ୍ ଦଳର ହାଇ କମାଣ୍ଡଙ୍କୁ ଦେଖା କରିବ ଏବଂ ଏଆଇସିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଗତକାଲି ନିଲମ୍ବିତ ହୋଇଥିବା ଇତୀଶ ପ୍ରଧାନ କହିଛନ୍ତି ।
ଇତୀଶ କହିଛନ୍ତି ଯେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସରକାରଙ୍କ ସହିତ ରହି ଦଳର କ୍ଷତି କରୁଛନ୍ତି । ତାଙ୍କର ମୁଖା ଖୋଲିବି । ସେ ଏଣିକି ଯୁଆଡେ ଯିବେ ତାଙ୍କ ଅଣ୍ଡାମାଡ କରାଯିବ । ଆସନ୍ତା ୨୦ ତାରିଖରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡିଶା ଆସୁଛନ୍ତି । ତାଙ୍କ ନିକଟରେ ପିସିସି ସଭାପତିଙ୍କ ବିରୋଧରେ ଅଭିଯୋଗ କରାଯିବ ।
ଅପରପକ୍ଷରେ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଇତୀଶଙ୍କ ପ୍ରତିକ୍ରିୟାକୁ ନାପସନ୍ଦ କରିଛନ୍ତି । ଯଦି ସେ ପିସିସି ସଭାପତିଙ୍କୁ ଅଣ୍ଡାମାଡ କରନ୍ତି ତେବେ କଂଗ୍ରେସକୁ ଭଲ ପାଉଥିବା ଲୋକ ତାର ଜବାବ୍ ଦେବେ ।