
ଭୁବନେଶ୍ୱର– ପୂର୍ବତନ ବିଧାୟକ ସ୍ୱର୍ଗତ ମହମ୍ମଦ ରଫିକ୍ଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନାଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନମଣ୍ଡଳୀର ଆମ ଦଳର ପୂର୍ବତନ ବିଧାୟକ ସ୍ୱର୍ଗତ ମହମ୍ମଦ ରଫିକ୍ଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ରାଜନୀତି, ଦଳୀୟ ସଂଗଠନ ଓ ସାଂସ୍କୃତିକ କାର୍ଯ୍ୟକୁ ଆଗେଇ ନେବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରୁଛି ।