ଭୁବନେଶ୍ୱର – ଅନୁସୂଚିତ ଜାତି ଓ ଜନଜାତି , ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମାନଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି । ସେମାନଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ବୁଧବାର ଦିନ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ଓଡିଶା ଗଠନ ପାଇଁ ଆଜି ନିଯୁକ୍ତିପତ୍ର ପାଇଥିବା ୧୦୬ ନୂଆ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୱେଲଫେୟାର ଓ ଏକ୍ସଟେନସନ୍ ଅଫିସର (ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ)ମାନେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତିି । ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡିଶା ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ତାଙ୍କ ସରକାରରେ ସାଧାରଣ ଲୋକ ହେଉଛନ୍ତି ମୁଖ୍ୟ । ନିଯୁକ୍ତି ପାଇଥିବା ନୂଆ ଅଧିକାରୀମାନେ ସରକାରୀ ଚାକିରୀଆ ବୋଲି ନିଜକୁ ନଭାବି ପରିବର୍ତନର ନେତୃତ୍ୱ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଯତ୍ନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଓଡିଶାର ପରିବର୍ତନ ଲାଗି ୫-ଟି ସୂତ୍ରକୁ ପ୍ରତି କ୍ଷେତ୍ରରେ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସାଧାରଣ ଜୀବନରେ ନିଜକୁ ସ୍ୱଚ୍ଛ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ କଲ୍ୟାଣ ନିଗମର ବିକାଶ ଓ ଅଦିବାସୀ ସାମଗ୍ରୀର ବିକ୍ରିବଟା ପାଇଁ ଏକ ଇ- କମର୍ସ ପୋଟାଲର ଶୁଭାରମ୍ଭ କରିଥିଲେ । ଏହାସହ ଓଡିଶାର ୧୩ ଟି ନିର୍ଦ୍ଦିଷ୍ଟ ଆପଦଗ୍ରସ୍ତ ଜନଜାତିଙ୍କ ପାଇଁ ଓପିଇଏଲଆଇପି ମାଧ୍ୟମରେ ବିକାଶ ପାଇଁ ଇ- ସମୃଦ୍ଧି ଆପ୍ ର ଲୋକାର୍ପଣ ଏବଂ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଏସଟିଏମ୍ ଡଟ୍ ଇନ୍ ର ଶୁଭାରମ୍ଭ କରିଥିଲେ ।
It’ѕ really a great andd useful piece of info. I’m satisfied that
you ѕhared thiѕ useful information with us.
Pleaѕe kkeep us informed like this. Thanks for ѕharing.
Ⅴery quiсkly this site wiⅼl Ƅe famous amօng ɑll blog people, ԁue
to it’s plasant articles oг reviews
thank you. if possible try to make a payment like paper rate to increased our team and our efforts.
thank you. if possible try to make a payment like paper rate to increased our team and our efforts