
କୋରାଇ- ସାହିତ୍ୟ ପତ୍ରିକା “ଚାହାଣୀ” ପକ୍ଷରୁ ବିପ୍ଳବୀ କବି ରବି ସିଂହଙ୍କ ବିୟୋଗରେ ପାଣିକୋଇଲି ଠାରେ ଏକ ଶୋକସଭା ଶିକ୍ଷାବିତ୍ ଅନନ୍ତ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ମୁଖ୍ୟ ଅତିଥିଭାବେ ପ୍ରଧ୍ୟାପକ ମନୋରଂଜନ ମହାନ୍ତି ଯୋଗଦେଇ କବି ରବି ସିଂହ ନିଜ କବିତା ମଧ୍ୟମରେ ବିପ୍ଲବର ବହ୍ନି ସୃଷ୍ଟି କରି କ୍ରାନ୍ତିକାରୀ ରଚନା ମାଧ୍ୟମରେ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଥିବା ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଶିବ ଚରଣ ମାଝୀ ଯୋଗଦେଇ ରବି ସିଂହଙ୍କ କବିତା ଚରମ ପତ୍ରର ସମୀକ୍ଷା କରିଥିଲେ । ଚାହାଣୀର ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି ରବି ସିଂହଙ୍କ କବିତା ପୁସ୍ତକ ସର୍ମ୍ପକରେ ଆଲୋଚନା କରି ୫୦ରୁ ଉର୍ଦ୍ଧ ପୁସ୍ତକ ରଚନା ସର୍ମ୍ପରେ ମତ ରଖିଥିଲେ । ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ଡକ୍ଟର ରାଜ କିଶୋର ପାଢୀ. ଅଧ୍ୟାପକ ଦାମୋଦର ବେହେରା, କବି ବୃନ୍ଦାବନ ସାହୁ, ଚନ୍ଦନ ପ୍ରଧାନ, ଅଧ୍ୟାପକ ରମାକାନ୍ତ ବରାଳ, ମହେଶ୍ୱର ସାହୁ, ଗଣେଷ ପ୍ରସାଦ ମହାପାତ୍ର. କବି ବ୍ରଜ କିଶୋର ଦାଶଙ୍କ ସମେତ ଚାହାଣୀ ସାହିତ୍ୟ ମଂଚର ସଭ୍ୟସଭ୍ୟା ମାନେ ଯୋଗଦେଇ ଅମରଆତ୍ମାର ସଦଗତି କାମନା କରିଥିଲେ ।