ଭୁବନେଶ୍ୱର – ଚଳିତ ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍-୨୦୨୦ର ସଫଳ ଆୟୋଜନ ଲାଗି ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁÂିତ ହୋଇଯାଇଛି ।
ଏହି ମେଗା ଇଭେଂଟର ଆୟୋଜନ ଲାଗି କଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା ତଦାରଖ କରିଥିଲେ । ଖେଳାଳୀମାନେ ଆସିବାଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସୁପରିାଳନା ନେଇ ମନ୍ତ୍ରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଳେ । ଉଦ୍ଘାଟନ ଏବଂ ଉଦଯାପନ ଉତ୍ସବର ସଫଳ ଆୟୋଜନ, କଳିଙ୍ଗ ଷ୍ଟାଡିୟମ, କିଟ୍, କଟକ ସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଆଦି ବିଭିନ୍ନ ସ୍ଥାନରେ ହେବାକୁ ଥବବା ଖେଳର ଆୟୋଜନ ଲାଗି କଣ ପ୍ରସ୍ତୁତି ହୋଇଛି ସେ ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ବରିÂ ଅଧିକାରୀମାନଙ୍କଠାରୁ ଅବଗତ ହୋଇଥିଲେ । ବର୍ତମାନ ସୁଦ୍ଧା ୧୭୭ଟି ବିଶ୍ୱ ବିଦ୍ୟାଳୟ ନାମାଙ୍କନ କରିଥିବା ବେଳେ ୩୦୦୦ ପାଖାପାଖି ଖେଳାଳୀ ଓ ଅଫିସିଆଲ ଏଥବରେ ଅଂଶଗ୍ରହଣ କରିବାର ଆଶା ରହିଛି । ଖେଳାଳୀ ଓ ଅଫିସିଆଲ୍ ମାନଙ୍କ ପାଇଁ କିଟ୍ରେ ରହିବାର ବ୍ୟବସ୍ଥା କରାଯାଇଛି । ଏଥିରେ ହେବାକୁ ଥବବା ୧୭ଟି ଇଭେଂଟ ମଧ୍ୟରୁ ୨ଟି କଟକରେ ଖେଳାଯିବାକୁ ଥିବା ବେଳେ ଅନ୍ୟ ଇଭେଂଟ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍, କିଟ୍ ଏବଂ ସାଇ ଇଂଟରନ୍ୟାସନାଲ, ବାରଙ୍ଗରେ ଅନୁÂିତ ହେବାର କାର୍ଯ୍ୟକ୍ରମ ରହିଛି ।
ଚଳିତ ଫେବୃୟାରୀ ୨୧ ତାରିଖରେ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମଠାରେ ଏହି ଖେଳ ପ୍ରତିଯୋଗିତାର ଉଦଘାଟନ କାର୍ଯ୍ୟକ୍ରମ ଅନୁÂିତ ହେବ । ଏହି ମେଗା ଇଭେଂଟର ସଫଳ ଆୟୋଜନ ସହ ଏଠାକୁ ଆସୁଥିବା ପ୍ରତ୍ୟେକ ଖେଳାଳୀ ଓ ଅଫିସିଆଲ୍ ଏକ ଭଲ ଅନୁଭବ ନେଇ ଯିବେ ତାହାକୁ ଦୃଷ୍ଟିରେ ରଖବ ସମସ୍ତ କାର୍ଯ୍ୟକୁ ସଫଳତାର ସହ ଆୟୋଜନ ଲାଗି କ୍ରୀଡ଼ା ବିଭାଗ, ସାଇ, କିଟ୍ ଏବଂ ଖେଳ ଆୟୋଜନକାରୀ ସଂସ୍ଥା ସଜାଗ ରହିବାକୁ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।
ଓଡ଼ିଶାରେ କ୍ରୀଡ଼ାକୁ ଶିଖରରେ ପହଂଚାଇବାର ଯେଉଁ ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି, ତାହାର ସଫଳ ରୂପାୟନ ସହ ରାଜ୍ୟର ଗରିମାକୁ ବିଶ୍ୱ ସ୍ତରରେ ପହଂଚାଇବା ଉଦେ୍ଧଶ୍ୟରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ କ୍ରୀଡ଼ା ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରାୀ ଓ କର୍ମଚାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ ।