
ବଲାଙ୍ଗିର-୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧିନ ଫେଡେରେସନ ଆହ୍ୱାନରେ ଦେଶ ବ୍ୟାପି ବିକ୍ଷୋଭ ଅବସରରେ ଆଜି ଏଆଇଟିୟୁସି ଓ ଏଆଇୟୁଟିୟୁସି ବଲାଙ୍ଗିର ଜିଲ୍ଲା ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରୁ ଏକ ର୍ୟାଲିରେ ଭାଗରଥି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମିକ ବିରୋଧି ୪ଟି ଶ୍ରମ କୋଡ ପ୍ରତ୍ୟାହାର, ସ୍କିମ ୱାର୍କର ଯଥା ଆଶା କର୍ମୀ ଅଙ୍ଗନୱାଡି କର୍ମୀ ଓ ସହାୟିକା, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ଭତ୍ତା ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନ, କୃଷିଜାତ ଦ୍ରବ୍ୟର ଆଇନ ମାନ୍ୟତା ଦରବୃଦ୍ଧି ନିୟନ୍ତ୍ରଣ, ଏନ୍ପିଏସ୍ ୟୁପିଏସ୍ ବାତିଲ କରି ପୁରୁଣା ପେନସନ ସ୍କିମ ପ୍ରଚଳନ, ସମାନ କାମକୁ ସମାନ ଦରମା, ୨୦୨୨ ବିଦ୍ୟୁତ ସଂଶୋଧନ ପ୍ରତ୍ୟାହାର, ପ୍ରିପେଡ ସ୍ମାର୍ଟ ମିଟର ବାତିଲ, ରାଷ୍ଟ୍ରାୟତ ଓ ସରକାରୀ ସଂସ୍ଥାର ଘରୋଇ କରଣ ବନ୍ଦ କରିବା ଓ ଜାତୀୟ ଶିକ୍ଷାନିତି ୨୦୨୦ ବାତିଲ ଆଦି ୧୭ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଆଇଟିୟୁସି ଜିଲ୍ଲାସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଆଜିର ବିକ୍ଷୋଭ ସଭାରେ ବକ୍ତବ୍ୟ ରଖିଥିଲେ ଏଆଇୟୁଟିୟୁସି ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର ।
ନିଖିଳ ଓଡିଶା ଆଶା କର୍ମୀ ସଂଘ ସଭାପତି ଦମୟନ୍ତି ମହାନନ୍ଦ, ସଂଜୁ ବାଗ, ପ୍ରଭାସିନି ରାୟ, ବଲାଙ୍ଗିର ବ୍ଲକ ସଂଘ ସଂପାଦିକା ବାସନ୍ତି ସେଠ, ମିନାକ୍ଷି ଜେନା, ମମତା ଜେନା, ପାଚିକା ସହାୟିକା ମାଧବୀ କଲତା, ବଲ୍ଲବି ସିଂ, ନିର୍ମାଣ ଶ୍ରମିକରୁ ପୁରୁଷୋତ୍ତମ କର୍ମୀ, ଜଗବନ୍ଧୁ ବେହେରା, ଗ୍ରା.ପ. ଶ୍ରମିକ ସଂଘ ବିଦୁର କୁମ୍ଭାର, ପ୍ରଫୁଲ୍ଲ କୁମ୍ଭାର, ଏଆଇଡିଏସ୍ଓ ଜିଲ୍ଲା ସଭାପତି ମଧୁସୁଦନ ବାଗ, ସଂପାଦିକା ଗୌରୀ ରାଉତ, ଏଆଇଡିୱାଇଓ ଜିଲ୍ଲା ସଂପାଦକ ତାମସ ବେହେରା ସହ ଶତାଧିକ କର୍ମୀ ସାମିଲ ହେବା ସହ ବକ୍ତବ୍ୟ ରଖିଥିଲେ । ଏଆଇଟିୟୁସି ଜିଲ୍ଲା ସହ-ସଂପାଦକ ସାଏବୁ ନନ୍ଦ ଧନ୍ୟବାଦ ଜଣାଇଥିଲେ ।