
ଭବାନୀପାଟଣା– ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ମିଲକି ଅଞ୍ଚଳ ପରିଦର୍ଶନ କରିଥିଲେ। ବିଧାୟକଙ୍କ ସହ ଧନୁ (ଜିଲ୍ଲା ଉପ ସଭାପତି କଂଗ୍ରେସ) ସୁବାସ ପଧାନ, ବ୍ଲକ ସଭାପତି କୁଞ୍ଜ ବିହାରୀ ସାହୁ, ତିରାଣୀ ନାୟକ, ବିକ୍ରମ ଭୋଇ ଅମିତ ଗହୀର, ତପେଶ୍ୱର ଶବର, ମଦନ ମାଝୀ ପ୍ରମୁଖ ବିଧାୟକଙ୍କ କର୍ମୀ ସହ ରହିଥିଲେ। ଉଡ଼ନ୍ତି ନଦୀ ଖୋଳପଳା ଠାରେ ବ୍ୟାରେଜ ନିର୍ମାଣ କରିବାକୁ ପରିଦର୍ଶନ କରିଥିଲେ। ବ୍ୟାରେଜ ନିର୍ମାଣ ହେଲେ ଅନେକ ଚାଷୀ ଜନସାଧାରଣ ଉପକୃତ ହୋଇପାରିବେ। ଏହି ଅବସରରେ ବ୍ୟାରେଜ ନିର୍ମାଣ ସହ ଖୋଲ ପଳା ଠାରେ ଉଡ଼ନ୍ତି ନଦୀରେ ବ୍ରିଜ ନିର୍ମାଣ କଲେ ଯିବା ଆସିବା ବିଶେଷ ସୁବିଧା ହେବ ବୋଲି ବିଧାୟକଙ୍କୁ ଦାବି, ଅନୁରୋଧ କରିଥିଲେ। ଏହା ସ୍ୱାଗତ ଯୋଗ୍ୟ, ଦାବିକୁ ବିଧାୟକ ଠିକ ଅଛି କରାଯିବ ବୋଲି କହିଥିବା ଜଣାଯାଏ ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା କହିଲେ ମୁଖ୍ୟତଃ ପାଣି ସମସ୍ୟାକୁ ଗୁରୁତ୍ୱ ଦେଇଥିଲେ ଏବଂ ଅଞ୍ଚଳରେ ଗ୍ରାମୀଣ ପାନୀୟ ଜଳ ଯୋଗାଣର ବିଭିନ୍ନ ସମସ୍ୟା, ଯଥା କେତେବେଳେ ପାଣି ଯୋଗାଣରେ ବ୍ୟାଘାତ, କେତେବେଳେ ବିଦ୍ୟୁତ ଯୋଗାଣରେ ବିଭ୍ରାଟ, କେତେବେଳେ ପାଣି ବାହାରିବାରେ ଅସୁବିଧା ହେଉଥିବା ଜଣାଯାଏ। ଯଦି ଉଡ଼ନ୍ତି ନଦୀରେ କୌଣସି କେନାଲ ଇନ୍ଦ୍ରାବତୀ /ତିଖାଳି ଡେମ ରୁ କେନାଲ ପାଣି ଛଡା ଯାଏ ତା ହେଲେ ସମସ୍ତେ ଉଡ଼ନ୍ତି ନଦୀ କୁଳିଆ ଜନସାଧାରଣ ପାଣି କଷ୍ଟରୁ ରକ୍ଷା ପାଇପାରିବେ ଏବଂ ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ କିଛି ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନଙ୍କ ମତ। ଏହା ସହିତ ଗ୍ରାମାଞ୍ଚଳର ରାସ୍ତା ଘାଟ, ବିଭିନ୍ନ ଭତ୍ତା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ମଠ, ମନ୍ଧିରର ସମସ୍ୟାକୁ ମଧ୍ୟ ଆଲୋଚନା କରିବା ସହ ଗୁରଜୁଙ୍ଗ ବେହେରା ପଡା ମଣ୍ଡପର ଉନ୍ନତି ନିମନ୍ତେ ଆଗାମୀ ବିଧାୟକ ଙ୍କ ପାଣ୍ଠି ରୁ ସହାୟତା ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ।