
ଭୁବନେଶ୍ୱର– ଓଡ଼ିଶାରେ ଏନଆଇଏର ଶାଖା ଖୋଲିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏ ବାବଦରେ ଆହୁରି ସ୍ପଷ୍ଟତା ଆସିବ । ତେବେ ରାଜ୍ୟରେ ଏନଆଇଏ କାର୍ଯ୍ୟାଳୟ ଖୋଲିଲେ ଭଲ ହେବ । ଦେଶ ଓ ରାଜ୍ୟ ପ୍ରତି ବିପଦ ଥିବା ବିଷୟ ଗୁଡ଼ିକ ତଦନ୍ତ ପରିସରଭୁକ୍ତ କରିବାରେ ସହାୟକ ହେବ ।