
ଭୁବନେଶ୍ୱର– ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ । ଏକ ବର୍ଷ ଭିତରେ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଅନେକ ଯୋଜନା ହାତକୁ ନେଇଛି ଗଣ ଶିକ୍ଷା ବିଭାଗ । ଜାତୀୟ ଶିକ୍ଷା ନୀତି ଲାଗୁ କରିବା ,ଶିଶୁ ବାଟିକା ଆରମ୍ଭ, ପିଏମଶ୍ରୀ ସ୍କୁଲ ଆରମ୍ଭ,16 ହଜାର ଶିକ୍ଷକ ନିଯୁକ୍ତି, ମାଧୋସିଂ ହାତ ଖର୍ଚ୍ଚ ଯୋଜନା ଭଳି ଅନେକ ଯୋଜନା ଲାଗୁ କରାଯାଇଛି । ଯାହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆଗକୁ ରାଜ୍ୟରେ ଆହୁରି 300 ପିଏମ ଶ୍ରୀ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।