
ଜଗନ୍ନାଥ ପ୍ରସାଦ – ଗଞ୍ଜାମ ଜିଲ୍ଳା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରକୁ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଉଦଘାଟନ କରି କହିଥିଲେ ଛାତ୍ରୀ ମାନଙ୍କ ପାଇଁ ଏହି ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯାହା ଦ୍ୱାରା ମହିଳା ମାନେ ନିଜକୁ ସୁରକ୍ଷା କରିବାରେ ସକ୍ଷମ ହୋଇପାରିବେ ।ମୁଖ୍ୟ ଅତିଥି ଭାବେ ଇହିହାସ ବିଭାଗର ଅଧ୍ୟାପକ ଡଃ ଶିରିଷ କୁମାର ଷଡଙ୍ଗୀ ଯୋଗ ଦେଇ ଇତିହାସରେ ନାରୀ ମାନଙ୍କର ବୀରତ୍ୱର କାହାଣୀ ଓ ନିଜ ସୁରକ୍ଷା ସେମାନେ କିପରି ନିଜେ କରୁଥିଲେ ସେ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ଯାପକ ଲୋକନାଥ ମହାନ୍ତି ଯୋଗଦେଇ କହିଲେ ଛାତ୍ରୀ ମାନେ ଆତ୍ମସୁରକ୍ଷା ତାଲିମ୍ ପାଇବା ଦ୍ଵାରା ନିଜର ଶାରୀରିକ ସୁସ୍ଥତା ଓ ଫିଟନେସ୍ ରହିବା ସହିତ ଶତୃ ମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ସକ୍ଷମ ହୋଇପାରିବେ। ଏହି କାର୍ଯ୍ୟକ୍ରମକୁ ରାଜନୀତି ବିଭାଗର ଅଧ୍ୟାପକ ଡଃ ଜୟଦେବ ଗୌଡ ସଂଯୋଜନା କରିଥିଲେ। ଏହି ତାଲିମ୍ ଶିବିରରେ ପ୍ରଶିକ୍ଷିକା ଭାବେ ଜ୍ୟୋତି ରାଣୀ ସ୍ଵାଇଁ ଓ ଅହଲ୍ୟା କୁମାରୀ ବେହେରା ଯୋଗ ଦେଇ ୧୨ ଦିନ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ତାଲିମ ଦିଆଯିବ ବୋଲି କହିଥିଲେ। ଶେଷରେ ଡି.ଇ.ଓ ସରୋଜ କୁମାର ନାୟକ ସମସ୍ତଙ୍କୁ ଉଦଘାଟନୀ ଉତ୍ସବକୁ ସାଫଲ୍ଯ ମଣ୍ଡିତ କରିଥିବାରୁ ଧନ୍ଯବାଦ ଅର୍ପଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO