ବାଲୁଗାଁ- ଚିଲିକା ମଝିରେ ଡ଼ଙ୍ଗା ବୁଡ଼ି ଘଟଣା ପରେ ଚେତିଛି ପ୍ରଶାସନ । ଆଜିଠାରୁ ପ୍ରଶାସନ ପକ୍ଷରୁ ଗଠିତ ଟାକ୍ସ ଫୋର୍ସ ଚିଲିକାରେ ଡ଼ଙ୍ଗା ଯାଂଚ୍ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ପ୍ରଥମ ଦିନରେ ୧୪୨ ଟି ମାଛ ଧରା ଡ଼ଙ୍ଗା ଯାଂଚ୍ କରାଯାଇଥିବା ଏବଂ ଏସବୁର କାଗଜପତ୍ର ଠିକ୍ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ତେବେ ଆଗାମୀ ଦିନରେ ମଧ୍ୟ ଏହି ଯାଂଚ୍ ପ୍ରକ୍ରିୟା ଜାରୀ ରହିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡ଼ିଏ), ଅର୍ନ୍ତଦେଶୀୟ ଜଳପଥ ପରିବହନ ଅଧିକାରୀ ବାଲୁଗାଁ, ଚିଲିକା ତହସଲଦାର, ବାଲୁଗାଁ ପୋଲିସ, ବାଲୁଗାଁ ମତ୍ସ୍ୟ ସମ୍ପଦକୁ ନେଇ ଗଠିତ ଟ୍ୟାକ୍ସ ଫୋର୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା ।
ପ୍ରକାଶ ଥାଉ କି, ଗତ ୨ ତାରିଖ ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣାରେ ୩ ଜଣ ଗୁରୁତର ହୋଇଥିଲେ । ପ୍ରଶାସନ ପକ୍ଷରୁ ବାଲୁଗାଁ ଥାନାରେ ଏ ସଂକ୍ରାନ୍ତରେ ଏତଲା ପରେ ପୋଲିସ ୧୮/୨୦ ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ଜଣେ ଡ଼ଙ୍ଗା ମାଲିକ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।