
-
ରାଜ୍ୟରେ ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ପାରିତ ହେଲା ୨ ଟି ପ୍ରସ୍ତାବ
ଭୁବନେଶ୍ୱର – ଗୁଣବତାପୂର୍ଣ୍ଣ ଶିକ୍ଷା ପାଇଁ ପ୍ରବେଶ- ପରୀକ୍ଷା- ପରିଣାମ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଖିଳ ଭାରତୀୟ ବିର୍ଦ୍ୟାର୍ଥୀ ପରିଷଦ ଦାବି କରିଛି । ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ୪୪ତମ ରାଜ୍ୟ ଅଧିବେଶନ କଟକ ସ୍ଥିତ ବିଡାନାସି ପଡିଆରେ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର ଶିକ୍ଷା ସି୍ଥତିି ଏବଂ ସାମାଜିକ ସ୍ଥିତକୁ ନେଇ ଦୁଇଟି ପ୍ରସ୍ତାବ ପାରିତ ହୋଇଥିଲା । ଶିକ୍ଷା ସ୍ଥିତିରେ ସୁଲଭ ଓ ଗୁଣବତାପୂର୍ଣ୍ଣ ଶିକ୍ଷା ବିଦ୍ୟାର୍ଥୀ ମାନଙ୍କର ଅଧିକାର ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଏକ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜ୍ୟର ସାମାଜିକ ସ୍ଥିତି ସୁରକ୍ଷିତ ଓଡିଶା ସମୃଦ୍ଧ ଓଡିଶା ଶୀର୍ଷକ ପ୍ରସ୍ତାବରେ ରାଜ୍ୟରେ ପ୍ରତିଦିନ ବଢିଚାଲିଥିବା ମହିଳା ହିଂସାକୁ ନେଇ ଚିନ୍ତା ପ୍ରକଟ କରାଯିବା ସହ ଏକ ମହିଳା ସୁରକ୍ଷା ଦିଗରେ ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲା । ଉପକୂଳ ଜିଲ୍ଲାମାନଙ୍କରେ ବଢିଚାଲିଥିବା ବାଂଲାଦେଶୀଙ୍କ ବେଆଇନ୍ ଅନୁପ୍ରବେଶ ଓ ଏହି ଅନୁପ୍ରବେଶକାରୀମାନଙ୍କ ଦ୍ୱାରା ରାଜ୍ୟରେ ବଢିଚାଲିଥିବା ନିଶାକାରବାର, ନାରୀ ନିର୍ଯ୍ୟାତନା ଓ ବେଆଇନ୍ ଗୋଚାଲାଣ ରୋକିବାକୁ ଆଇନ୍ କଡାକଡି କରନ୍ତୁ ବୋଲି ଦାବି କରିଥିଲା । ଖଣିଜ ସମ୍ପଦରେ ପରିପୂର୍ଣ୍ଣ ତଥା ୪୫୦ କିଲୋମିଟରରୁ ଉର୍ଦ୍ଧ୍ୱ ସୁଦୀର୍ଘ ବେଳାଭୂମି ଓ ବହୁ କୁଟୀର ଶିଳ୍ପ, ହସ୍ତଶିଳ୍ପ, ପର୍ଯ୍ୟଟନର ଅମାପ ସମ୍ଭାବନା ଥିବା ପରିବର୍ତେ ରାଜ୍ୟ ସରକାରଙ୍କ ଉପଯୁକ୍ତ ନୀତି ଓ ମାନସିକତାର ଅଭାବ ଯୋଗୁଁ ରାଜ୍ୟର ଯୁବସମାଜ ବେକାରୀ ସମସ୍ୟାରେ ପୀଡିତ ଥିବା ବିଷୟକୁ ପରିଷଦ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ଆଳରେ ଲକ୍ଷ ଲକ୍ଷ ଯୁବ ସମାଜ ପଥଭ୍ରଷ୍ଟ ହେବା ସହ ବହୁ ଅନୈତିକ ତଥା ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ହେଉଥିବା ଓ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ନିଶାଗ୍ରସ୍ତ ହେବା ଫଳରେ ପାରିବାରିକ ବ୍ୟନସ୍ଥା ବିଶୃଙ୍ଖଳିତ ହେଉଥିବାରୁ ରାଜ୍ୟରେ ତୁରନ୍ତ ମଦ ଓ ମାଦକ ଦ୍ରବ୍ୟ ନିଷେଧ କରିବାକୁ ଦାବି କରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହସମ୍ପାଦକ ସଙ୍ଗିତା ପଣ୍ଡା, କବିତା କହଁର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।