
କୋଲକାତା – ପଶ୍ଚିମବଙ୍ଗର ବର୍ଧମାନ ବିସ୍ପୋରଣ ମାମଲାରେ ଏନଆଇଏ ଦ୍ୱାରା ଗିରଫ କରା ଯାଇଥିବା ଆତଙ୍କବାଦୀ ଅବୁ ମୁସା ମଙ୍ଗଳବାର ଦିନ କୋଲକାତା ଠାରେ ବ୍ୟାଙ୍କଶାଲ କୋର୍ଟରେ ଶୁଣାଣୀ ସମୟରେ ନ୍ୟାୟାଧୀଶଙ୍କ ଉପରକୁ ଜୋତା ଫିଙ୍ଗିଥିବା ଜଣା ପଡିଛି । ଯଦିଓ ସେ ଫିଙ୍ଗିଥିବା ଜୋତା ବିଚାରପତିଙ୍କୁ ବାଜି ନାହିଁ ତେବେ ଜଣେ ଓକିଲଙ୍କୁ ତାହା ବାଜିଥିଲା । ଏହା ପରେ ଏନଆଇଏ ପ କ୍ଷରୁ ତାକୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ହାଜର କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରା ଯାଇଛି ।ମିଳିଥିବା ସୂଚନା ଅନୁସାରେ ଅବୁ ମୂସା ନାମକ ଏହି ଆତଙ୍କବାଦୀ ଜଣଙ୍କ ଶୁଣାଣୀ ବେଳେ ଉଗ୍ର ହୋଇ ଯାଇଥିଲା ତଥା ବିଚାରପତି ପ୍ରସନ୍ନଜିତ ବିଶ୍ୱାସଙ୍କ ଉପରକୁ ଜୋତା ଫିଙ୍ଗିଥିଲା ।ଉଲ୍ଲେଖନୀୟ ଯେ ୨୦୧୩ରେ ବର୍ଧମାନର ଖାଗଡାଗଡ ଠାରେ ବୋମା ବିସ୍ଫୋରଣ ପରେ ସେ ଫେରାର ହୋଇ ଯାଇଥିଲା । ୨୦୧୭ ମସିହାରେ ସେ ଗିରଫ ହୋଇଥିଲା । ଏହା ପୂର୍ବରୁ ସେ ବିଚାରାଧୀନ କୈଦୀ ମାନଙ୍କ ଉପରେ ମଧ୍ୟ ଆକ୍ରମଣ କରି ସାରିଛି ।