
ଭୁବନେଶ୍ୱର,ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆସନ୍ତାକାଲି ତା ୧୬/୦୫/୨୦୨୫ରିଖ ଅପରାହ୍ନ ୫ ଘଟିକାରେ ‘ଅପରେସନ ସିନ୍ଦୁର’ ରେ ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ସାହସକୁ ସମ୍ମାନ ଜଣାଇ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ “ସିନ୍ଦୂର ଯାତ୍ରା”ର ଆୟୋଜନ କରାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗିରିଦୁର୍ଗା ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମାନ୍ୟବର ଉପ -ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସମେତ ମାନ୍ୟବର ମନ୍ତ୍ରୀବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଓଡିଶାର ପ୍ରମୁଖ ମହିଳା ବ୍ୟକ୍ତିତ୍ୱ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିବେ । ଏହି ପଦଯାତ୍ରାରେ ସମସ୍ତ କ୍ଷେତ୍ରରୁ ମହିଳାମାନେ ସାମିଲ ହେବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହ୍ଵାନ ଦେଇଛନ୍ତି।